ETV Bharat / city

ରେଭେନ୍ସାରେ କୋଭିଡ଼ କଟକଣାକୁ ଫୁ, କାରଣ ଦର୍ଶାଅ ନୋଟିସ ଜାରି କଲା CMC - ଆୟୋଜକ କମିଟିକୁ କାରଣ ଦର୍ଶାଅ ନୋଟିସ

ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ରୀଡ଼ା ଉଦଯାପନୀ ଉତ୍ସବରେ କୋରୋନା କଟକଣାକୁ ଅବମାନନା । ଆୟୋଜକ କମିଟିକୁ କାରଣ ଦର୍ଶାଅ ନୋଟିସ ଜାରି କଲା କଟକ ମହାନଗର ନିଗମ । ଅଧିକ ପଢନ୍ତୁ

ରେଭେନ୍ସାରେ କୋଭିଡ଼ କଟକଣାକୁ ଫୁ, କାରଣ ଦର୍ଶାଅ ନୋଟିସ ଜାରି କଲା CMC

author img

By

Published : Dec 24, 2021, 6:24 PM IST

କଟକ: ସମଗ୍ର ବିଶ୍ବରେ ମାଡ଼ି ଚାଲିଛି ଓମିକ୍ରନ ଭାଇରସ । ଏପରିକି କଟକ ସହରରେ ମଧ୍ୟ ଏହି ଭାଇରସ ନିଜର ଉପସ୍ଥିତି ଜାହିର କରି ସାରିଲାଣି । କିନ୍ତୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ କ୍ରୀଡା ଉତ୍ସବର ଉଦଯାପନୀ ଉତ୍ସବରେ କୋରାନା କଟକଣାକୁ ଫୁ କରିଛନ୍ତି ଛାତ୍ରଛାତ୍ରୀ ଓ ଅଧ୍ୟାପକ । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କଟକ ମହାନଗର ନିଗମ ଆୟୋଜକ କମିଟିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ।

ରେଭେନ୍ସାରେ କୋଭିଡ଼ କଟକଣାକୁ ଫୁ, କାରଣ ଦର୍ଶାଅ ନୋଟିସ ଜାରି କଲା CMC

ଦୁଇ ଦିନ ତଳେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଶେଷ ହୋଇଥିବା କ୍ରୀଡ଼ା ଉତ୍ସବର ଉଦଯାପନୀ ଉତ୍ସବରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନେଇ ନାଚ ଗୀତର ଆସର ଜମିଥିଲା । ସାମାଜିକ ଦୂରତା ତ ଦୂରର କଥା ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ କେହି ଜଣେ ବି ମାସ୍କ ପିନ୍ଧି ନଥିଲେ ।

ସାମାଜିକ ଗଣମାଧ୍ୟମରେ ସେହି ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ କ୍ରୀଡ଼ା ଉତ୍ସବ ଆୟୋଜନ କରିଥିବା ଶିକ୍ଷକ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନେ ନିଜସ୍ବ ଉଦ୍ୟମରେ ଆୟୋଜନ କରିଥିବା ମତ ଦେଇଛନ୍ତି ।

ଏହା ବି ପଢନ୍ତୁ: ରେଭେନ୍ସାରେ ଜନ ସମୁଦ୍ର, ନାହିଁ ଓମିକ୍ରନ ଭୟ

ସେପଟେ ଆୟୋଜକ କମିଟିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କଟକ ମହାନଗର ନିଗମ । କୋଭିଡ ଗାଇଡ଼ଲାଇନ ଉଲ୍ଲଘଂନ ଅଭିଯୋଗ ଆଣିଛି CMC । ଆଥଲେଟିକ ମିଟ ଆୟୋଜକଙ୍କୁ ନୋଟିସ ଜାରି କରାଯାଇଛି । କାହିଁକି କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ଭାଇରାଲ ହୋଇଥିବା ସଙ୍ଗୀନ ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.