କଟକ: ପାଖେଇ ଆସୁଛି ଗଣେଶ ପୂଜା । ଏନେଇ ଗାଇଡଲାଇନ ଜାରି କଲା କଟକ ମହାନଗର ନିଗମ । ପୂଜା ପାଇଁ ପୂଜା ମଣ୍ଡପଗୁଡିକୁ କମିଶନରେଟ ପୋଲିସ ଠାରୁ ନେବାକୁ ହେବ ଅନୁମତି ।
ସିଏମସି ଗାଇଡଲାଇନ ଅନୁଯାୟୀ, ଆବଦ୍ଧ ପରିବେଶ ମଧ୍ୟରେ ପୂଜା ହେବ । ଏଥର ମଧ୍ୟ ସର୍ବସାଧାରଣ ଦର୍ଶନକୁ ନିଷେଧ କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ହେବାକୁ ଥିବା ପୂଜାରେ ମାତ୍ର ୨୦ ଜଣଙ୍କ ସାମିଲକୁ ଅନୁମିତ ଦିଆଯାଇଛି ।
ହେଲେ ପୂଜା ମଣ୍ଡପଗୁଡିକରେ କେବଳ ୭ ଜଣ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପୂଜା କରାଯିବ । ଚଳିତ ବର୍ଷ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ