ETV Bharat / city

କଟକରେ ତୁହାକୁ ତୁହା ବର୍ଷା, ଜଳ ନିଷ୍କାସନ ପାଇଁ CMC ପ୍ରସ୍ତୁତ

author img

By

Published : Sep 13, 2021, 12:36 PM IST

ବର୍ଷା ଯୋଗୁଁ କଟକର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ସିଏମସି ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ଅଧିକ ପଢନ୍ତୁ...

କଟକରେ ତୁହାକୁ ତୁହା ବର୍ଷା,   ଜଳ ନିଷ୍କାସନ ପାଇଁ ସିଏମସି ପ୍ରସ୍ତୁତ

କଟକ: ଲଘୁଚାପ ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । କଟକରେ ତୁହାକୁ ତୁହା ବର୍ଷା ହୋଇଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଯୋଗୁଁ କଟକର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ତେବେ ବର୍ଷା ସ୍ଥିତିକୁ ମୁକାବିଲା କରିବାକୁ କଟକ ସିଏମସି ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

ସିଏମସିର ୧୭୫ଟି ପମ୍ପ ସେଟକୁ ପ୍ରସ୍ତୁତ ରଖାଯାଇଛି । ଜାଇକାର ପମ୍ପିଙ୍ଗ ଷ୍ଟେସନ ଗୁଡିକ ପ୍ରସ୍ତୁତ ରହିଛି । ବିଶେଷକରି ବର୍ଷା ଯୋଗୁଁ ପଟ୍ଟାପୋଲ,ରାଉସାପାଟଣା, ପେଟିନ ସାହି ,ରୋଭର ଷ୍ଟ୍ରିଟ , ବାଦାମବଡ଼ି ଅଞ୍ଚଳରେ ପାଣି ଜମିଛି । ଏନେଇ ସିଏମସି ପାଣି ନିଷ୍କାସନ କାର୍ଯ୍ୟ ଜାରି ରଖିଛି ।

ସୂଚନା ଅନୁଯାୟୀ , ଗତକାଲିଠୁ କଟକରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଛି । ଏହାକୁ ନଜର ରଖି ସିଏମସି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.