ETV Bharat / city

୪୨ ନମ୍ବର ୱାର୍ଡର ନିମସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି

author img

By

Published : Aug 17, 2020, 7:39 PM IST

କଟକର ନିମସାହି ଅଞ୍ଚଳରେ ବଢୁଥିବା କୋରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ..

୪୨ ନମ୍ବର ୱାର୍ଡର ନିମ୍ବସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ସିଏମସି

କଟକ: କଟକ ମହାନଗର ନିଗମ ୪୨ ନମ୍ବର ୱାର୍ଡ ଅନ୍ତର୍ଗତ ନିମସାହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା କଟକ ମହାନଗର ନିଗମ। ଉକ୍ତ ଅଞ୍ଚଳରେ ଅନେକ ସ୍ଥାନୀୟ ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ସିଏମସି । ତେବେ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ ପାଇଁ କଟକଣା ଜାରି କରାଯାଇଛି । କୌଣସି ବାହାର ଲୋକ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। କିମ୍ବା ଉକ୍ତ ଅଞ୍ଚଳର କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ ।

ସେହିପରି ଉକ୍ତ ସ୍ଥାନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ସିଏମସି। ସେହିପରି ଘରଘର ବୁଲି ସାନିଟାଇଜ କରାଯିବ। ଆସନ୍ତାକାଲି ଠାରୁ କଣ୍ଟାକ୍ଟଟ୍ରେସିଂ କରାଯିବ। ତେବେ ଉକ୍ତ ଅଞ୍ଚଳ ମଧ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.