କଟକ: ଆସନ୍ତାକାଲିଠୁ ଦୁଇ ଦିନିଆ ସଟଡାଉନ । କଟକ ମହାନଗର ନିଗମ ପକ୍ଷରୁ ଜାରି ରହିଲା କଡା ଗାଇଡ଼ଲାଇନ । ଏସଆରସିଙ୍କ ଗାଇଡ ଲାଇନ ଅନୁସାରେ କଟକରେ ମଧ୍ୟ ସମାନ ଢଙ୍ଗରେ ପାଳନ ହେବ ସଟଡାଉନ ।
ଏହାସହ ଜରୁରୀକାଳୀନ ସେବା ସହ ଜଡିତ ଥିବା କର୍ମଚାରୀମାନ ସଟଡାଉନ ସମୟରେ ଯାତାୟତ କରିପାରିବେ । ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ଖୋଲା ରହିବ । ଯେଉଁମାନେ ବି ଆଇନ ଉଲଂଘନ କରିବେ ସେମାନଙ୍କ ବିପକ୍ଷରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ସିଏମସି କମିଶନର ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ