ETV Bharat / city

CMC GUIDELINE: ଛଟ ପୂଜା ସମେତ କାର୍ତ୍ତିକ ପୂର୍ଣ୍ଣିମାରେ ଭିଡକୁ ବାରଣ, ନିୟମ ପାଳନ କରିବାକୁ ଅନୁରୋଧ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛଟ ପୂଜା ଓ ପରବର୍ତ୍ତୀ ଅନ୍ୟ ପର୍ବ ପାଇଁ ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗମ । ଭିଡକୁ ବାରଣ ସହ ଦୀପାବଳିରେ କେବଳ ଦୁଇ ଘଣ୍ଟା ଫୁଟିବ ସବୁଜ ବାଣ । ଅଧିକ ପଢନ୍ତୁ...

author img

By

Published : Nov 3, 2021, 8:14 PM IST

ଛଟ ପୂଜା ଓ ପରବର୍ତ୍ତୀ ଅନ୍ୟ ପର୍ବ ପାଇଁ CMC ଜାରି କଲା ଗାଇଡଲାଇନ

କଟକ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (CMC) ପକ୍ଷରୁ ଛଟ ପୂଜା ପାଇଁ ଗାଇଡ଼ଲାଇନ ଜାରି କରାଯାଇଛି । ଚଳିତବର୍ଷ ପୂର୍ବପରି ନଦୀଶଯ୍ୟାରେ ଏକଠି ହୋଇ ସାର୍ବଜନୀନ ପୂଜା ପାଳନ ଉପରେ ରୋକ ଲଗାଇଛି ପ୍ରଶାସନ ।

ପାରମ୍ପରିକ ଭାବେ ଛଟ ପୂଜା ଅବସରରେ କଟକରେ ବିଭିନ୍ନ ନଦୀ ଶଯ୍ୟାରେ ଭିଡ ଦେଖିବାକୁ ମିଳିଥାଏ । ତେବେ ଭିଡ ହେଲେ ସଂକ୍ରମଣ ବ୍ୟାପିବାର ସର୍ବାଧିକ ଆଶଙ୍କା ଥିବାବେଳେ ସାର୍ବଜନୀନ ପାଳନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗତକାଲି ଜାରି ହୋଇଥିବା ଏହି ଗାଇଡଲାଇନ କେବଳ ଛଟ ପୂଜା ନୁହେଁ ଓ ପରବର୍ତ୍ତୀ ପର୍ବପର୍ବାଣୀ ତଥା ଆଗକୁ ଆସୁଥିବା ଦୀପାବଳି, କାଳୀପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମଧ୍ୟ ବଳବତ୍ତର ରହିବା ନେଇ କହିଛନ୍ତି ସିଏମସି କର୍ତ୍ତୃପକ୍ଷ ।

ସେହିପରି ଆସନ୍ତାକାଲି ପାଳନ ହେବାକୁ ଥିବା ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । କେବଳ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ମିଳିଥିବା ମୁଖ୍ୟ ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି କେବଳ ସଂନ୍ଧ୍ୟା ୮ ଟାରୁ ରାତି ୧୦, ୨ ଘଣ୍ଟା ମଧ୍ୟରେ ଦୀପାବଳୀ ପାଳନ କରିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.