କଟକ : ସିଲଭରସିଟିରେ ଅପମିଶ୍ରିତ ଖାଦ୍ୟ । ଏହାରି ଭିତରେ ଅନେକ ବଡ଼ ଓ ଛୋଟ ହୋଟେଲ ସହ ପାଉଁରୁଟି, ମିଠା, ଫାଷ୍ଟଫୁଡ଼ ତିଆରି ସଂସ୍ଥାରେ ଚଢ଼ାଉ କରିଛି ସିଏମସି ଏନଫୋର୍ସମେଣ୍ଟ ଟିମ । କିନ୍ତୁ ଏହାରି ମଧ୍ୟରେ ଅନେକ ଲୁଚି ରହିଛନ୍ତି ଭେଜାଲ ବ୍ୟବସାୟୀ। ଏନେଇ ବିଏମସି ପକ୍ଷରୁ ଆଗକୁ ଜୋରଦାର ଚଢାଉ କରାଯିବ ବୋଲି କୁହାଯାଇଛି ।
ବିଭିନ୍ନ ସଂସ୍ଥା ଗୁଡିକ ଦ୍ବାରା ପ୍ରସ୍ତୁତ ହେଉଥିବା ଖାଦ୍ୟ ଉପରେ ରହିଛି କଡା ନଜର । ଖାଦ୍ୟର ମାନ ଠିକ ନ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ଏନେଇ ସ୍ପଷ୍ଟ କରିଛନ୍ତି କଟକ ମହାନଗର ନିଗମ ସ୍ବାସ୍ଥ୍ୟ ଅଧକାରୀ ଡ଼ଃ ସତ୍ୟବ୍ରତ ମହାପାତ୍ର ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ