କଟକ: ସିଲଭର ସିଟିରେ ଆସନ୍ତାକାଲି(ଗୁରୁବର) ବହୁପ୍ରତିକ୍ଷିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲିଯାତ୍ରା ପଡିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲରେ ପ୍ଲାଣ୍ଟର ଉଦଘାଟନ କରିବ ମୁଖ୍ୟମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛି କଟକ ମହାନଗର ନିଗମ । ତେବେ ଏହି ମେଗା ପ୍ଲାଣ୍ଟର ଶୁଭାରମ୍ଭ ଦ୍ୱାରା କଟକର ପ୍ରତି ଘରେ 24 ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ପହଞ୍ଚିବ ।
ଦୀର୍ଘ ଦିନ ଧରି ସହରବାସୀ ବିଶୁଦ୍ଧ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ କଟକର 3 ଟି ସ୍ଥାନ ଯେପରି ସିଡିଏ , ଜଗତପୁର ଓ ପ୍ରତାପ ନଗରୀରେ ରହିଛି ଏହି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଶୁଭାରମ୍ଭ ହେବ । ଏହାରି ମଧ୍ୟରେ ସିଡିଏ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ସର୍ଵଧିକ 129 ମିଲିୟନ ଲିଟର ଜଳଧାରଣା କ୍ଷମତା ରହିଥିବା ବେଳେ ଜଗତପୁର ଓ ପ୍ରତାପ ନଗରୀ ପ୍ଲାଣ୍ଟରେ ଯଥାକ୍ରମେ 6 ଓ 8 ମିଲିୟନ ଲିଟର ଜଳ ଯୋଗାଣ କରିବ। ଏହାଦ୍ୱାରା ସହରବାସୀ ହେବେ ବେଶ ଉପକୃତ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ