ETV Bharat / city

ସିଟି ମେଡ଼ିକାଲର ବଦଳିବ ଲୁକ୍ - ସିଟି ମେଡ଼ିକାଲ

କଟକ ସଦର ମହକୁମା ବା ସିଟି ମେଡ଼ିକାଲର ବଦଳିବ ଲୁକ୍ । ସବୁ ଦିଗରେ ହେବ ବିକାଶ । ଭିତ୍ତିଭୂମି ଓ ଉନ୍ନତ ରୋଗୀସେବା ଯୋଗାଇବା ପାଇଁ ଅଣ୍ଟା ଭିଡିଲା ପ୍ରଶାସନ। ଅଧିକ ପଢନ୍ତୁ...

ସିଟି ମେଡ଼ିକାଲର ବଦଳିବ ଲୁକ
ସିଟି ମେଡ଼ିକାଲର ବଦଳିବ ଲୁକ
author img

By

Published : Oct 9, 2021, 5:10 PM IST

କଟକ: କଟକ ସଦର ମହକୁମା ବା ସିଟି ମେଡ଼ିକାଲର ବଦଳିବ ଲୁକ୍ । ସବୁ ଦିଗରେ ହେବ ବିକାଶ । ଭିତ୍ତିଭୂମି ଓ ଉନ୍ନତ ରୋଗୀସେବା ଯୋଗାଇବା ପାଇଁ ଅଣ୍ଟା ଭିଡିଲା ପ୍ରଶାସନ । ଆଜି(ଶନିବାର) କଟକ ସାଂସଦ ଭର୍ତ୍ତୃହରି ମହତାବ ସିଟି ମେଡିକାଲ ଗସ୍ତ କରି ଏହି ତମାମ ଅସୁବିଧା ସମ୍ପର୍କରେ କରିଛନ୍ତି ଆଲୋଚନା ।

ସିଟି ମେଡ଼ିକାଲର ବଦଳିବ ଲୁକ

ଉଭୟ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ସମେତ ସିଡିଏମଓଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ସାଂସଦ । ଆଉ ଖୁବ କମ ଦିନ ମଧ୍ୟରେ ସିଟି ମେଡିକାଲର ଯେଉଁ ଆବଶ୍ୟକତା ରହିଛି ତାହା ସରକାରୀ ସ୍ତରରେ ସମ୍ପୂର୍ଣ୍ଣ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ଭର୍ତ୍ତୃହରି ।

କହିବାକୁ ଗଲେ ସିଟି ମେଡ଼ିକାଲରେ ବର୍ତ୍ତମାନ ଅନେକ ଅସୁବିଧା ରହିଛି । ରୋଗୀ ସେବା ପାଇଁ ବେଡ଼ ନାହିଁ, ଆବଶ୍ୟକ ଅନୁସାରେ ଡାକ୍ତର ନାହାନ୍ତି । ତେବେ ଏହି ତମାମ ଦିଗକୁ ସରକାରଙ୍କ ନିକଟରେ ଉପସ୍ଥାପନ କରି ଯଥାଶୀଘ୍ର ଏହାର ସମାଧାନ କରାଯିବ ।

ଯାହାଦ୍ୱାରା ଏସସିବି ମେଡ଼ିକାଲରୁ କମିବ ରୋଗୀ ସଂଖ୍ୟା । କାରଣ ବର୍ତ୍ତମାନ କଟକ ଲୋକ ଏସସିବି ଉପରେ ବେଶୀ ଫୋକସ କରୁଛନ୍ତି । ତେବେ କେବଳ ସିଟି ମେଡ଼ିକାଲର ଜରାଜୀର୍ଣ୍ଣ ଅବସ୍ଥା ପାଇଁ ଏହା ଘଟୁଛି । ସିଟି ମେଡ଼ିକାଲର ବିକାଶ ଶୀଘ୍ର ହେଲେ ଏସିବିରୁ ରୋଗୀ ସଂଖ୍ୟା କମିବା ନେଇ ସ୍ପଷ୍ଟ କରିଛନ୍ତି ସାଂସଦ।

କଟକରୁ ପ୍ରଭୁ କଲ୍ୟାଣ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.