ETV Bharat / city

ଖ୍ରୀଷ୍ଟ କଲେଜ ଛାତ୍ର ଆତ୍ମହତ୍ୟା ଘଟଣା, ଆଗୁଆ ଜାମିନ ଆବେଦନ କଲେ ଗାର୍ଲଫ୍ରେଣ୍ଡ ଓ ଭଉଣୀ - Christ college student suicide case

ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇ କଲେଜ ଛାତ୍ର ତୁଷାର ମୃତ୍ୟୁ ଘଟଣାରେ ଦୁଇ ଯୁବକ ଗିରଫ ହେବା ପରେ ପୋଲିସ ସ୍କାନରରେ ମୃତ ଛାତ୍ରଙ୍କ ବାନ୍ଧବୀ ଓ ତାଙ୍କ ଭଉଣୀ । ଗିରଫଦାରୀ ଏଡାଇବା କୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଉଭୟ ଯୁବତୀ । ଅଧିକ ପଢନ୍ତୁ...

ଖ୍ରୀଷ୍ଟ କଲେଜ ଛାତ୍ର ଆତ୍ମହତ୍ୟା ଘଟଣା, ଆଗୁଆ ଜାମିନ ଆବେଦନ କଲେ ଗାର୍ଲଫ୍ରେଣ୍ଡ ଓ ଭଉଣୀ

author img

By

Published : Sep 28, 2021, 5:05 PM IST

କଟକ: ଖ୍ରୀଷ୍ଟ କଲେଜର +2 କଲେଜ ଛାତ୍ର ତୁଷାର ମୃତ୍ୟୁ ଘଟଣାରେ ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ଭଉଣୀଙ୍କୁ ଘାରିଲା ଗିରଫଦାରୀ ଭୟ । ଉଭୟ ଆଜି ହାଇକୋର୍ଟର ଦ୍ବାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ରହିଛି । ଜଗତପୁର ଥାନାରେ ଦାୟର ମାମଲାରେ ଗିରଫଦାରୀକୁ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ଉଭୟ ।

ଗତକାଲି ଏହି ଘଟଣାରେ କୌଶଳ ପ୍ରାଧନ ଓ ଦିବ୍ୟରଞ୍ଜନ ବେହେରା ନାମକ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା ଜଗତପୁର ଥାନା ପୋଲିସ । ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଦୁଇ ଅଭିଯୁକ୍ତ ତୁଷାରଙ୍କୁ ଦୀର୍ଘ ଦିନ ଧରି ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ । ଗତ ଅଗଷ୍ଟ ମାସ 3 ତାରିଖ ଦିନ ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ବଡ ଭଉଣୀ ତୁଷାରଙ୍କୁ ଇଣ୍ଡୋର ଷ୍ଟାଡିୟମ ନିକଟକୁ ଡକାଇଥିଲେ । ସେଠାରେ ଏହି ଦୁଇ ଅଭିଯୁକ୍ତଙ୍କ ସହ ମିଶି ନିର୍ଯାତନା ଦେବା ସହ ମାଡ଼ ମାରିଥିଲେ । ଏହା ପରେ ତୁଷାର ମାନସିକ ଭାରସାମ୍ୟ ହରାଇ ଗତ ଅଗଷ୍ଟ 3 ତାରିଖରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ପ୍ରାଥମିକ ଭାବେ ଜାଣିବାକୁ ପାଇଛି ପୋଲିସ । ଅଗଷ୍ଟ 5 ତାରିଖରେ ତୁଷାରଙ୍କ ମୃତଦେହ ଯୋବ୍ରା ବ୍ୟାରେଜ ନିକଟରୁ ମିଳିଥିଲା ।

ତେବେ ପ୍ରାଥମିକ ତଦନ୍ତରୁ ପ୍ରେମବ୍ୟାପାର ସମ୍ପର୍କିତ କାରଣରୁ ଛାତ୍ରଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିବା ପରେ ବାନ୍ଧବୀ ଓ ତାଙ୍କ ଭଉଣୀଙ୍କ ଗିରଫଦାରୀ ପ୍ରତି ଆଶଙ୍କା ବଢିଛି । ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଘଟଣାରେ ସମ୍ପୃକ୍ତ ଦୁଇ ଯୁବତୀ ଆଗୁଆ ଜାମିନ ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ସୂଚନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.