ETV Bharat / city

ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ 6 ମାସ ବୃଦ୍ଧି - ଚିଟଫଣ୍ଡ କମିଶନ

ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ 6 ମାସ ବୃଦ୍ଧି । ରାଜ୍ୟରେ ଘଟିଥିବା ଚିଟଫଣ୍ଡ ଘୋଟାଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ରାଜ୍ୟସରକାର ଆଉ 6 ମାସ ବୃଦ୍ଧି କରିଛନ୍ତି । ଅଗଷ୍ଟ 4 ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ସରକାର 2020 ଫେବୃଆରୀ 4 ତାରିଖ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରିତ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 2, 2019, 9:25 PM IST

କଟକ: ରାଜ୍ୟରେ ଘଟିଥିବା ଚିଟଫଣ୍ଡ ଘୋଟାଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ରାଜ୍ୟସରକାର ଆଉ 6 ମାସ ବୃଦ୍ଧି କରିଛନ୍ତି। ଅଗଷ୍ଟ 4 ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ସରକାର 2020 ଫେବୃଆରୀ 4 ତାରିଖ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରିତ କରିଛନ୍ତି।

ରାଜ୍ୟରେ ଚିଟଫଣ୍ଡ ଘୋଟଲା ପରେ ରାଜ୍ୟସରକାର 2013 ଜୁଲାଇ 9 ତାରିଖରେ ଚିଟଫଣ୍ଡ କମିଶନ ଗଠନ କରି ଜଷ୍ଟିସ ରାଧାକୃଷ୍ଣ ପାତ୍ରଙ୍କୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ। ଜଷ୍ଟିସ ପାତ୍ରଙ୍କ ଦେହାନ୍ତ ପରେ 2015 ଫେବୃଆରୀ 5 ତାରିଖରେ ଜଷ୍ଟିସ ଦାସଙ୍କୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ ସରକାର। ପୂର୍ବରୁ 4 ଟି ଟର୍ମ ଅଫ ରେଫରେନ୍ସରେ ତଦନ୍ତ ଚାଲିଥିବାବେଳେ 2015 ଫେବୃଆରୀ 20 ତାରିଖରେ ଆଉ ଏକ ଟର୍ମ ଅଫ ରେଫରେନ୍ସ ବୃଦ୍ଧି କରି ଜମାକାରୀଙ୍କୁ ଚିହ୍ନଟ ପାଇଁ କମିଶନଙ୍କୁ ଦାୟିତ୍ବ ଦିଆଯାଇଥିଲା।

ଜଷ୍ଟିସ ଏମ ଏମ ଦାସଙ୍କ କମିଶନ 2016 ମେ 25 ରେ ପ୍ରଥମ, 2017 ଜାନୁଆରୀ 30 ରେ ଦ୍ବିତୀୟ, ସେହିବର୍ଷ ଜୁଲାଇ 25 ରେ ତୃତୀୟ, 2018 ଜାନୁଆରୀ 18 ରେ ଚତୁର୍ଥ ଓ ଜୁଲାଇ 13 ରେ ପଞ୍ଚମ ଅନ୍ତରୀଣ ରିପୋର୍ଟ ରାଜ୍ୟସରକାରଙ୍କ ନିକଟରେ ଦାଖଲ କରିଛନ୍ତି।

ଗତ ଫେବୃଆରୀ 12 ତାରିଖରେ ଷଷ୍ଠ ରିପୋର୍ଟ ଓ ଜୁଲାଇ 12 ତାରିଖରେ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ କମିଶନ। ଜଷ୍ଟିସ ରାଧାକୃଷ୍ଣ ପାତ୍ରଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ମଧ୍ୟରୁ ଆହୁରି 50ରୁ 60 ହଜାର ସତ୍ୟପାଠ ରହିଛି। ତେବେ ସେତେବେଳେ ଜମାକାରୀଙ୍କୁ ଚିହ୍ନଟ କରିବାପାଇଁ ଟର୍ମ ଅଫ ରେଫରେନ୍ସ ନଥିଲା। ଏହି ଟର୍ମ ଅଫ ରେଫରେନ୍ସ ତଦନ୍ତ ପରିସର ହେବା ପରେ ଜଷ୍ଟିସ ଦାସ କମିଶନ ଆବେଦନକାରୀଙ୍କ ଠାରୁ ସତ୍ୟପାଠ ମଗାଇଥଲେ। ସୂଚନା ଥାଉକି, 2019 ଜାନୁଆରୀ 31 ତାରିଖ ସୁଦ୍ଧା କମିଶନଙ୍କ ନିକଟରେ ଦାଖଲ ହୋଇଥିବା 7 ଲକ୍ଷ 50 ହଜାର ସତ୍ୟପାଠ ଏବେ ଡିଜିଟାଲାଇଜେସନ କାର୍ଯ୍ୟ ଜାରି ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ଘଟିଥିବା ଚିଟଫଣ୍ଡ ଘଟାଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ରାଜ୍ୟସରକାର ଆଉ 6 ମାସ ବୃଦ୍ଧି କରିଛନ୍ତି।ଅଗଷ୍ଟ 4 ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ସରକାର 2020 ଫେବୃଆରୀ 4 ତାରିଖ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରିତ କରିଛନ୍ତି।ରାଜ୍ୟରେ ଚିଟଫଣ୍ଡ ଘୋଟଲା ପରେ ରାଜ୍ୟସରକାର 2013 ଜୁଲାଇ 9 ତାରିଖରେ ଚିଟଫଣ୍ଡ କମିଶନ ଗଠନ କରି ଜଷ୍ଟିସ ରାଧାକୃଷ୍ଣ ପାତ୍ର ଙ୍କୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ।ଜଷ୍ଟିସ ପାତ୍ରଙ୍କ ଦେହାନ୍ତ ପରେ 2015 ଫେବୃଆରୀ 5 ତାରିଖରେ ଜଷ୍ଟିସ ଦାସ ଙ୍କୁ ଏହାର ତଦନ୍ତ ଦାୟିତ୍ବ ଦେଥିଲେ ସରକାର।ପୂର୍ବରୁ 4 ଟି ଟର୍ମ ଅଫ ରେଫରେନ୍ସ ରେ ତଦନ୍ତ ଚାଲିଥିବାବେଳେ ସେହି ଫେବୃଆରୀ 20 ତାରିଖରେ ଆଉ ଏକ ଟର୍ମ ଅଫ ରେଫରେନ୍ସ ବୃଦ୍ଧି କରି ଜମାକାରୀଙ୍କୁ ଚିହ୍ନଟ ପାଇଁ କମିଶନଙ୍କୁ ଦାୟିତ୍ୱ ଦିଆଯାଇଥିଲା।ଜଷ୍ଟିସ ଏମ ଏମ ଦାସ ଙ୍କ କମିଶନ 2016 ମେ 25 ରେ ପ୍ରଥମ ,2017 ଜାନୁଆରୀ 30 ରେ ଦ୍ୱିତୀୟ ,ସେହିବର୍ଷ ଜୁଲାଇ 25 ରେ ତୃତୀୟ ,2018 ଜାନୁଆରୀ 18 ରେ ଚତୁର୍ଥ ଓ ଜୁଲାଇ 13 ରେ ପଞ୍ଚମ ଅନ୍ତରୀଣ ରିପୋର୍ଟ ରାଜ୍ୟସରକାରଙ୍କ ନିକଟରେ ଦାଖଲ କରିଛନ୍ତି।ଗତ ଫେବୃଆରୀ 12 ତାରିଖରେ ଷଷ୍ଠ ରିପୋର୍ଟ ଓ ଜୁଲାଇ 12 ତାରିଖରେ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ କମିଶନ।ଜଷ୍ଟିସ ରାଧାକୃଷ୍ଣ ପାତ୍ରଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ମଧ୍ୟରୁ ଆହୁରି 50 ରୁ 60 ହଜାର ସତ୍ୟପାଠ ରହିଛି।ତେବେ ସେତେବେଳେ ଜମାକାରୀଙ୍କୁ ଚିହ୍ନଟ କରିବାପାଇଁ ଟର୍ମ ଅଫ ରେଫରେନ୍ସ ନଥିଲା।ଏହି ଟର୍ମ ଅଫ ରେଫରେନ୍ସ ତଦନ୍ତ ପରିସର ହେବା ପରେ ଜଷ୍ଟିସ ଦାସ କମିଶନ ଆବେଦଙ୍କରୀଙ୍କ ଠାରୁ ସତ୍ୟପାଠ ମଗାଇଥଲେ।2019 ଜାନୁଆରୀ 31 ତାରିଖ ସୁଦ୍ଧା କମିଶନଙ୍କ ନିକଟରେ ଦାଖଲ ହୋଇଥିବା 7 ଲକ୍ଷ 50 ହଜାର ସତ୍ୟପାଠ ଏବେ ଡିଜିଟାଲାଇଯେସନ କାର୍ୟ୍ଯ ଜାରି ରହିଛି।ଏହି ସବୁ ସତ୍ୟପାଠର ଶୁଣାଣି ଜଷ୍ଟିସ ଦାସ କମିଶନ ଖୁବଶୀଘ୍ର କରିବେ ବୋଲି ଜଣା ପଡ଼ିଛି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.