କଟକ: ସରିଛି ପୌର ନିର୍ବାଚନ ଏବଂ ଘୋଷଣା ହୋଇଛି ବିଜୟୀ ପ୍ରାର୍ଥୀଙ୍କ ନାମ । ଏହି କ୍ରମରେ କଟକ ମେୟର ହୋଇଛନ୍ତି ସୁବାସ ସିଂ । ତେବେ କଟକରେ ଡେପୁଟି ମେୟରକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । କିଛି ନବ ନିର୍ବାଚିତ କର୍ପୋରେଟରଙ୍କ ନାଁ ଚର୍ଚ୍ଚା ହେଉଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି କଟକ ମେୟର ଏବଂ ନଗର ଉନ୍ନୟନ ମନ୍ତ୍ରୀ ।
ସେମାନେ କହିଛନ୍ତି ଯେ, ଏହି ଦିଗରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ହସ୍ତକ୍ଷେପ କରିବେ । କଟକର ପୌର ନିର୍ବାଚନ ଆରମ୍ଭରୁ ସବୁ ଦିଗରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଯାହାକୁ ଦଳ ପ୍ରାର୍ଥୀ କରିଛି ତାହା ମଧ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ହିଁ ସ୍ଥିର କରିଥିଲେ। ତେବେ ଡେପୁଟି ମେୟର ନାଁ ନେଇ ଯେଉଁ ଉଷ୍ମତା ରହିଛି ତାହାକୁ ମଧ୍ୟ ନବୀନ ପଟ୍ଟନାୟକ ହଁ ସ୍ଥିର କରିବେ ବୋଲି କହିଛନ୍ତି ମେୟର ଓ ମନ୍ତ୍ରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ