ETV Bharat / city

ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ ସିଟି ସ୍କାନ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By

Published : Oct 13, 2022, 9:47 PM IST

ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ପେଟ୍ ସିଟି ସ୍କାନ । କଟକ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ପେଟ୍ ସିଟି ସ୍କାନ । ମାଗଣାରେ କର୍କଟ ରୋଗୀ ଏଠାରେ କରି ପାରିବେ ପରୀକ୍ଷା । ଅଧିକ ପଢନ୍ତୁ

ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ ସିଟି ସ୍କାନ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ ସିଟି ସ୍କାନ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ: ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ପେଟ୍ ସିଟି ସ୍କାନ । କର୍କଟ ରୋଗ ଚିକିତ୍ସା ସେବାରେ ଯୋଡି ହେଲା ନୂତନ ଅଧ୍ୟାୟ, ଏଣିକି ବିନା ଖର୍ଚ୍ଚରେ କର୍କଟ ରୋଗର ପରୀକ୍ଷା କରିପାରିବେ ରୋଗୀ । କଟକ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ(Acharya Harihar Regional Cancer Research Centre)ରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ପେଟ୍ ସିଟି ସ୍କାନ(PET-CT Scan) ବ୍ୟବସ୍ଥା। ଏହାକୁ ଆଜି(ଗୁରୁବାର) ଭର୍ଚ୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ପୂର୍ଣ୍ଣ ମାଗଣାରେ କର୍କଟ ରୋଗୀ ଏଠାରେ କରି ପାରିବେ ପରୀକ୍ଷା । ପୂର୍ବରୁ ଏଥି ପାଇଁ ଘରୋଇ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ରୋଗୀ । ଯାହା ଏବେ ଦୂର ହୋଇଛି ।

ଏହା ଛଡା ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଅଧିକ ୨୦ ଟି ନୂତନ ଆଇସିୟୁ ଉଦଘାଟିତ ହୋଇଛି । ସେହିପରି ଅନୁଷ୍ଠାନରେ କର୍କଟ ରୋଗୀଙ୍କ ପାଇଁ ୨୮୧ ରୁ ୫୦୭ ଅଧିକ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ କଟକ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କମିଶନର ମଧ୍ୟ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଧାମନଗରରେ ବିଜେଡିର ମହିଳା କାର୍ଡ ଏକ୍ସପେରିମେଣ୍ଟ, 2024ରେ ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା

ଏହି ମେଗା ପ୍ରକଳ୍ପ ପାଇଁ ପୂର୍ବରୁ ବହୁତଳ ୬ମହଲା ବିଲ୍ଡିଂ ପାଇଁ ୩୮.୩୬ କୋଟି ସରକାର ମଞ୍ଜୁର କରିଥିଲେ । ଏହାର ପ୍ରଥମ ମହଲରେ ପେଟ ସିଟି ,ଦ୍ୱିତୀୟରେ ସିଟି ସ୍କାନ, ଏମ ଆର ଆଇ ରହିଛି । ସେହିପରି ୩ୟରେ ଆଇସିୟୁ, ୪,୫ ଓ ୬ମହଲରେରେ ବର୍ଦ୍ଧିତ ବେଡ୍ ଅନୁଯାୟୀ ୱାର୍ଡ କରାଯାଇଛି ।

ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ''ସ୍ବାସ୍ଥ୍ୟ ଭିତ୍ତି ଭୂମି ଉପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପର୍ଯ୍ୟାୟକ୍ରମେ ସ୍ବାସ୍ଥ୍ୟ ଭିତ୍ତି ଭୂମି ଆଗଉଛି । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଲକ୍ଷ୍ୟ ସମସ୍ତେ ସୁସ୍ଥ ରୁହନ୍ତୁ । କେହିବି ଚିକିତ୍ସାରୁ ବଞ୍ଚିତ ହୁଅନ୍ତୁ ନାହିଁ । ଗୋଟିଏ ଗରିବ ଶ୍ରେଣୀର ବ୍ୟକ୍ତି ଯଦି କ୍ୟାନସରରେ ପୀଡିତ ହୁଏ ତେବେ ବହୁତ ଟଙ୍କା ଖର୍ଚ୍ଚ ହୁଏ । ଆଜି ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ ଉଦଘାଟନ ହେବାପରେ ରୋଗୀଙ୍କ ପାଇଁ ଏହା ବହୁ ସହାୟକ ହେବ । ରାଜ୍ୟ ସରକରାଙ୍କ ଗୋଟିଏ ଲକ୍ଷ୍ୟ ଓଡିଶାରେ ସ୍ବାସ୍ଥ୍ୟ ଭିତ୍ତି ଭୂମିକୁ ଆଗେଇ ନେବା ବୋଲି ଉଦଘାଟନି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.