କଟକ: କୋଭିଡର ଭୟାବହତା ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ଲକଡାଉନ। ତେବେ ବର୍ତ୍ତମାନ ପରିସ୍ଥିତିରେ ଯେପରି ଭାବେ କଳାବଜାରୀ ନହୁଏ ତାକୁ ବିଶେଷ ଗୁରୁତ୍ବ ଦିଆଯାଉଛି । ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ସମସ୍ତ ଜିଲ୍ଲାକୁ ତାଗିଦ କରିଛନ୍ତି । ବେଆଇନ ମହଜୁଦକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ତେବେ ଏହାରି ମଧ୍ୟରେ ମାଲଗୋଦାମରେ କଳାବଜାରୀ ଉପରେ ରୋକ ଲଗାଇବା ପାଇଁ ଚାମ୍ବର ଅଫ କମର୍ସ ପକ୍ଷରୁ 12 ଜଣିଆ ଏକ ଟିମ ମଧ୍ୟ ଗଠନ କରାଯାଇଛି । ଏହାଦ୍ବାରା ପ୍ରତିଟି ଗୋଦାମ ଉପରେ ନଜର ରଖିବା ସହ ଚାମ୍ବର ଅଫ କମର୍ସକୁ ସୂଚନା ଦେଇ ପାରିବେ । ଗତବର୍ଷ ଲକଡାଉନ ସମୟ ମଧ୍ୟରେ କଳାବଜାରୀ ରୋକିବା ପାଇଁ ମଧ୍ୟ ଏହି ଯୋଜନା ଆରମ୍ଭ ହୋଇଥିଲା ।ତେବେ ପୂର୍ବ ବର୍ଷ ପରି କଳାବଜାରୀ ରୋକିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ଚାମ୍ବର ଅଫ କମର୍ସ । ସେହିପରି ବେଆଇନ ମହଜୁଦ ଓ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବା ପରି କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସୂଚନା ଦେଇଛି ଚାମ୍ବର ଅଫ କମର୍ସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ