କଟକ : ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା । ରାସ୍ତା କଡ କେନାଲ ଭିତରକୁ ପଶିଗଲା କାର। ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ହେଉଛନ୍ତି ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ। ଅନ୍ୟ ଦୁଇ ଜଣ ଗୌତମ ଦାସ ଓ ପ୍ରନିତ ମଧୁପତି ।
ଆଉ କିଛି ଦିନ ପରେ ମୃତ ଅଙ୍କୁର ପ୍ରଧାନଙ୍କ ବାହାଘର ହୋଇଥାନ୍ତା ବୋଲି ତାଙ୍କ ସମ୍ପର୍କୀୟ ତଥା କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗାଡିଟି ଜଗତପୁରର ହୋଇଥିବା ସୂଚନା ।
ଯୁବକମାନେ ଭୁବନେଶ୍ବର ଯିବା ସମୟରେ ଗାଡିଟି ହଠାତ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶି ଯାଇଥିଲା । ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତି 2ଟା 15 ମିନିଟରେ ଘଟିଥିବା ଜଣାପଡିଛି । କାରଟିକୁ ଥାନାରେ ରଖାଯାଇଛି ।ବର୍ତ୍ତମାନ 3 ମୃତ ଶରୀରକୁ କଟକ ମେଡିକାଲ ପଠାଯାଇଥିବାବେଳେ ସମସ୍ତଙ୍କ ଶବ ବ୍ୟବଚ୍ଛେଦ କରାଯିବ ।
କଟକରୁ ନାରାୟଣ ସାହୁ ଓ ପ୍ରଭୁ କଲ୍ୟାଣ ଇଟିଭି ଭାରତ