କଟକ: ରାଜସ୍ଥାନର ମହିଳା ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ମୃତ୍ୟକୁ ନେଇ ତେଜିଲା ଆନ୍ଦୋଳନ । SCB ମେଡିକାଲ କଲେଜରେ ନ୍ୟାୟ ପାଇଁ ସ୍ୱର ଉଠାଇଲେ ଡାକ୍ତରୀ ଛାତ୍ରଛାତ୍ରୀ । ମହମବତୀ ଜାଳି ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ମେଡିକାଲ ପରିସରରେ ରାଲି କରିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ଡାକ୍ତର ଅର୍ଚ୍ଚନା ଶର୍ମାଙ୍କୁ ନ୍ୟାୟ ସହ ଓ ଅନ୍ୟ ଡାକ୍ତରଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି କଟକ ବଡ଼ ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ ।
ବର୍ତ୍ତମାନ ସମୟରେ ରୋଗୀ ସେବା ପାଇଁ ଡାକ୍ତର ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ଏଭଳି ସ୍ଥିତିରେ ରାଜସ୍ଥାନରେ ଅର୍ଚ୍ଚନାଙ୍କ ଆତ୍ମହତ୍ୟା ସମସ୍ତ ଡାକ୍ତରଙ୍କୁ ବିଚଳିତ କରିଛି । ଏହି ଦିଗରେ ଅର୍ଚ୍ଚନା ଶର୍ମାଙ୍କୁ ନ୍ୟାୟ ଦେବା ସହ ସମସ୍ତ ଡାକ୍ତରଙ୍କ ସୁରକ୍ଷା ରାଜ୍ୟ ସରକାର ବହନ କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ