ETV Bharat / city

କଟକରେ କୋରୋନା ନିୟନ୍ତ୍ରଣ କରିବ କି ପୂଜା କମିଟି !

କଟରେ କାୟା ବିସ୍ତାର କରୁଛି କୋରୋନା। ଏପରି ସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବାକୁ ଆଗଭର ହୋଇଛନ୍ତି ସହରର ପୂଜା କମିଟି। ଅଧିକ ପଢନ୍ତୁ...

author img

By

Published : Jun 30, 2020, 5:06 PM IST

can-puja-commitee-control-corona-in-city

କଟକ: ସିଲଭର ସିଟିରେ କାୟା ବିସ୍ତାର କରୁଛି କୋରୋନା। ବଢୁଛି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବାକୁ ଆଗଭର ହୋଇଛନ୍ତି ସହରର ପୂଜା କମିଟି।ସହରରେ ଯେଉଁ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହୋମକ୍ବାରଣ୍ଟାଇନରୁ ବୋଲି ଜଣା ପଡ଼ିଛି।

କଟକ ସହରରେ କୋରୋନା ନିୟନ୍ତ୍ରଣ କରିବ କି ପୂଜା କମିଟି !

ବିଶେଷକରି ଯେଉଁମାନେ ହୋମକ୍ବାରଣ୍ଟାଇନରେ ରହୁଛନ୍ତି ସେମାନେ ଆଇନ ଉଲ୍ଲଂଘନ କରି ବାହାରେ ବୁଲୁଛନ୍ତି । ଯେଉଁ କାରଣରୁ ସହରରେ କୋରୋନା ବ୍ୟାପୁଥିବାର ଜଣା ପଡୁଛି । ତେବେ ଏହା ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଛନ୍ତି ସହରର ପୂଜା କମିଟିର କର୍ମକର୍ତ୍ତା । ଏନେଇ ପୂର୍ବାଞ୍ଚଳ ପୂଜା କମିଟି ପକ୍ଷରୁ ସଜାଗ ରହିବାକୁ ସହରର ୧୭୯ ଟି ପୂଜା କମିଟିକୁ ଅନୁରୋଧ କରିଛନ୍ତି।

ଯେଉଁମାନେ ହୋମକ୍ବାରଣ୍ଟାଇନରେ ରହୁଛନ୍ତି ସେମାନଙ୍କ ଉପରେ ନଜର ରଖିବା ପାଇଁ ପ୍ରତି ସାହିରେ ଭଲ୍ୟୁଣ୍ଟିଅର ରହିବେ। ଏହି ଭଲ୍ୟୁଣ୍ଟିଅର ମାନେ ଏମାନଙ୍କ ଉପରେ କଡା ନଜର ରଖିବେ।ଯଦି ସେମାନେ ଆଇନ ଉଲଙ୍ଘନ କରନ୍ତି ତେବେ ତୁରନ୍ତ ସ୍ଥାନୀୟ ପୋଲିସଙ୍କୁ ଜଣାଇବାକୁ କୁହାଯାଇଛି ।ଏପରି କଲେ ସହରରେ କୋରୋନା ନିୟନ୍ତ୍ରଣକୁ ଆସିବ ବୋଲି ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ମତ ରଖିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.