ETV Bharat / city

ସାନାଙ୍କ ଚିତ୍ରକଳା ଆଗରେ ହାର ମାନିଛି କ୍ୟାମେରା ଲେନ୍ସ - କଟକ ଖବର

ବୟସରେ ସେ ଖୁବ ସାନ । ହେଲେ କାର୍ଯ୍ୟରେ ବଡ଼ ବଡ଼ ଲକ୍ଷ୍ୟ ହାସଲ କରି ଚାଲିଛନ୍ତି କାଜି ବଜାରରେ ରହୁଥିବା ସାନା କର୍ମକାର । ରାସ୍ତାରେ ଯାଉଥିବା ଲୋକକୁ ଦେଖି ତାର ଛବି ଆଙ୍କି ଦେଇପାରନ୍ତି ଏହି ବିସ୍ମୟ ବାଳିକା । ଅଧିକ ଖବର ଜାଣନ୍ତୁ ଏହି ବିସ୍ମୟ ବାଳିକାଙ୍କ ବିଷୟରେ...

ସାନାଙ୍କ ଚିତ୍ରକଳା ଆଗରେ ହାର ମାନିଛି କ୍ୟାମେରା ଲେନ୍ସ

author img

By

Published : Jan 25, 2020, 6:42 PM IST

କଟକ:ବୟସ ରେ ସେ ଖୁବ ସାନ । ହେଲେ କାର୍ଯ୍ୟରେ ବଡ଼ ବଡ଼ ଲକ୍ଷ୍ୟ ହାସଲ କରି ଚାଲିଛନ୍ତି କାଜି ବଜାରରେ ରହୁଥିବା ସାନା କର୍ମକାର । ରାସ୍ତାରେ ଯାଉଥିବା ଲୋକକୁ ଦେଖି ତାର ଛବି ଆଙ୍କି ଦେଇପାରନ୍ତି ଏହି ବିସ୍ମୟକର ବାଳିକା। ତେବେ ପେନସିଲ ଧରିବା ଦିନଠୁ ଚିତ୍ର ଆଙ୍କିବାରେ ମସଗୁଲ ଏହି କୁନି ଝିଅ । ତେବେ ଆଗାମୀ ଦିନରେ ସଫଳତା ନିଶ୍ଚୟ ମିଳିବ ବୋଲି କହିଛନ୍ତି ସେ ।

ସାନାଙ୍କ ଚିତ୍ରକଳା ଆଗରେ ହାର ମାନିଛି କ୍ୟାମେରା ଲେନ୍ସ

ବାପା ରବୀନ୍ଦ୍ର, ମା ପୁରବୀ ଓ ତିନି ଝିଅ ଙ୍କୁ ନେଇ କର୍ମକାର ପରିବାର । ଆଉ ପରିବାରର ମଝିଆଁ ଝିଅ ହେଉଛନ୍ତି ସାନା । ଯିଏ ବର୍ତ୍ତମାନ ସିଲଭରସିଟି ପାଇଁ ଆଣିଛନ୍ତି ଗୌରବ । ରାଜ୍ୟ ତଥା ରାଜ୍ୟ ବାହାରେ ଚିତ୍ରକଳା ସାହାଯ୍ୟରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି ସେ। ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଖେଳାଳି , ସିନେ ତାରକା , ସ୍ବାଧୀନତା ସଂଗ୍ରାମୀ, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅବିକଳ ଚିତ୍ର ଆଙ୍କି ସମସ୍ତଙ୍କୁ କରୁଛନ୍ତି ଚକିତ । ପେନସିଲ ଧରିବା ଦିନଠୁ ନିଜର ଏହି ବିସ୍ମୟ ପ୍ରତିଭା ଦେଖାଇ ଚାଲିଛନ୍ତି ସାନା ।

ପାଠପଢା ସାଙ୍ଗକୁ ଚିତ୍ରକଳାର ନିଶା ଅନେକଙ୍କ ଭବିଷ୍ୟତ ଗଢିଛି ସତ । ହେଲେ ସତରେ କଣ ଆମ ଝିଅ ସଫଳତା ହାସଲ କରିପାରିବ ଏହି ପ୍ରଶ୍ନ ସବୁବେଳେ ଛିଡା ହୁଏ ବାପା ରବୀନ୍ଦ୍ର ଓ ମା ପୁରବୀଙ୍କ ସାମ୍ନାରେ । ଏହା ଭିତରେ କେତେବେଳେ ଯେ ତାଙ୍କ କାନ୍ଥ ଆଲମିରା ସାନାଙ୍କ ସଫଳତାରେ ପୁରି ଉଠିଥିଲା ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଉଭୟେ । ତେବେ ଗରିବ ପରିବାର ଏହି ବିସ୍ମୟ ବାଳିକାଙ୍କୁ ସରକାରୀ ପ୍ରୋତ୍ସାହନ ମିଳିପାରନ୍ତା, ସେ ଆଗାମୀ ଦିନରେ ଅନେକ ସଫଳତା ହାସଲ କରନ୍ତେ ବୋଲି କୁହନ୍ତି ତାଙ୍କ ପରିବାର ।

ସାନାଙ୍କ ଚମତ୍କାର ଚିତ୍ରକଳା ସଭିଙ୍କ ମନକୁ ସ୍ତବ୍ଧ କରିଦିଏ । ଯେମିତି ହୃଦବୋଧ ହୁଏ କ୍ୟାମେରା ଲେନ୍ସ ବି ହାର ମାନି ଯାଇଛି ତାଙ୍କ ହାତର ଯାଦୁ ଆଗରେ । ବାକି ସରକାରୀ ପ୍ରୋତ୍ସାହନ ମିଳିଲେ ଆହୁରି ବେଶ ନାଁ କରିପାରିବେ ଏହି କୁନି ପ୍ରତିଭା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:visual byte of sana karmakar

Body:no need

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.