କଟକ: ଦେଶରେ ନାଗରିକତା ସଂଶୋଧନ ଆଇନ, ଏନଆରସି ଓ ଏନପିଆରକୁ ନେଇ ଅନେକ ସ୍ଥାନରେ ବିରୋଧ, ବିକ୍ଷୋଭ ଓ ହିଂସା କାଣ୍ଡ ଘଟିଛି । ଏହି ଆଇନକୁ ଅନେକ ଅଞ୍ଚଳରେ ସ୍ବାଗତ ଓ ସମର୍ଥନ ମଧ୍ୟ କରାଯାଇଛି । ଏଭଳି ସ୍ଥିତିରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ସମର୍ଥନରେ କଟକରେ ହୋଇଛି ବିଶାଳ ଶୋଭାଯାତ୍ରା ।
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ଯୁବମୋର୍ଚ୍ଚାର ଶତାଧିକ କର୍ମୀମାନେ ଏକ ପଦ ଯାତ୍ରାରେ କଟକ ଚଣ୍ଡୀ ଛକରୁ ବାହାରି ଗୌରୀ ଶଙ୍କର ପାର୍କ ନିକଟରେ ପହଞ୍ଚିଥିଲେ।
ସମସ୍ତ ସଦସ୍ୟମାନେ ଶୋଭାଯାତ୍ରା ସମୟରେ ଭାରତ ମାତାକି ଜୟ ଓ ହମ ସିଏ ଏକୋ ସମର୍ଥନ କରତେ ହେଁ ନାରା ଦେଇ ଜନ ଜାଗରଣ କରାଇଥିଲେ। ଅନ୍ୟପଟେ ଏହି ବିଲ ଦ୍ବାରା ଦେଶର ଅଖଣ୍ତତା ବଜାୟ ରହିବ ବୋଲି କହିଛନ୍ତି ଯୁବମୋର୍ଚ୍ଚାର ସଭାପତି ସ୍ବାଧୀନ ମହାନ୍ତି। କିନ୍ତୁ କିଛି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ନିଜର ସ୍ବାର୍ଥ ହାସଲ ପାଇଁ ଏହାକୁ ବିରୋଧ କରୁଥିବା ସେ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ