କଟକ: ବଢିଲା ବସ ଭଡା। ସାଧାରଣ ବସ ଭଡା ୩ ପଇସା ବଢି କିଲୋମିଟର ପିଛା ୭୦ ପଇସା ହୋଇଛି। ଏକ୍ସପ୍ରେସ ବସ ଭଡା କିମି ପିଛା 3 ପଇସା ବଢି 73 ପଇସା ହୋଇଛି।
ସେହିପରି ଡିଲକ୍ସ ବସ ଭଡା 6 ପଇସା ବଢି ଏକ ଟଙ୍କା ଏକ ପଇସା ହୋଇଛି। AC ଡିଲକ୍ସ 23 ପଇସା ବୃଦ୍ଧି ପାଇ କିମି ପିଛା ଏକ ଟଙ୍କା 23 ପଇସା ହୋଇଛି। ତେଲ ଦର ବୃଦ୍ଧି ପରେ ଅଟୋ ମେଟ୍ରିକ ମେକାନିଜିମ ଜରିଆରେ ଏହାକୁ ବଢାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ