ETV Bharat / city

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପୁଅଙ୍କୁ ପଛରେ ପକାଇଲେ ଝିଅ - BSE Odisha Matric result

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପୁଣି ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସହାର ଅଧିକ । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ
author img

By

Published : Jul 29, 2020, 11:06 AM IST

Updated : Jul 29, 2020, 1:01 PM IST

କଟକ: ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ । ଚଳିତବର୍ଷ ପାସ ହାର 78.76 ପ୍ରତିଶତ । ସମୁଦାୟ 4, 21,256 ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ଚଳିତବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ସମୁଦାୟ 2,62,738 ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ 2,15,367 ଜଣ ପାସ କରିଛନ୍ତି । ଫଳରେ ଛାତ୍ରୀଙ୍କ ପାସହାର 81.98 ରହିଛି ।

ସେପଟେ 2,47,451 ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ 1,92,501 ଜଣ ପାସ କରିଛନ୍ତି । ପାସହାର 77.8 ପ୍ରତିଶତ ରହିଛି ।

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପୁଅଙ୍କୁ ପଛରେ ପକାଇଲେ ଝିଅ

ତେବେ A1 ରେ 1279 ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । A2 ରେ 8458, B1 ରେ 18,188, B2 ରେ 31,328 ଓ Cରେ 48153 ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି ।

ଅନ୍ୟପଟେ ଗତଥର 289ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ଚଳିତ ବର୍ଷ 678ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ରହିଛି । ସେହିପରି 31ଟି ସ୍କୁଲରେ ଫଳାଫଳ ଶୂନ ରହିଛି ।

ଚଳିତବର୍ଷ 2828ଟି କେନ୍ଦ୍ରରେ 5 ଲକ୍ଷ 47 ହଜାର 270 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ତେବେ ଗତବର୍ଷ ପାସହାର ଥିଲା 72.35 ପ୍ରତିଶତ ।

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, 78.76% ପ୍ରତିଶତ ରେଜଲ୍ଟ

ତେବେ ବୋର୍ଡ ୱେବସାଇଟ୍‌ www.bscodisha. ac. in ଓ www.bscodisha.nic.inରେ ରେଜଲ୍ଟ ଉପଲବ୍ଧ ହେଉଛି । ଏହାସହ ଏସଏମଏସ ମାଧ୍ୟମରେ ମଧ୍ୟ ପିଲା ନିଜର ରେଜଲ୍ଟ ଜାଣିପାରିବେ । ଏଥିନେଇ OR01 ସ୍ପେଶ ରୋଲ ନମ୍ବର ଲେଖି 5676750କୁ ମେସେଜ କଲେ ପିଲାଙ୍କୁ ରେଜଲ୍ଟ ଉପଲବ୍ଧ ହେବ ।

ଅନ୍ୟପଟେ ଫଳାଫଳ ନେଇ କୌଣସି ଅସୁବିଧା ହେଲେ ସେଥିଲାଗି ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ଅଭିଭାବକ । ଯେଉଁଥିଲାଗି 06712412059 ଓ 06712412060 ଦୁଇଟି ନମ୍ବର ଉପଲବ୍ଧ ହେବ । ଏହା ଆଜିଠୁ ଅଗଷ୍ଟ 10 ତାରିଖ ପର୍ଯ୍ୟନ୍ତ ସକାଳ 11ଟାରୁ ଅପରାହ୍ନ 4ଟା ମଧ୍ୟରେ ଉପଲବ୍ଧ ହେବ ।

ସୂଚନାଥାଉକି, କୋରୋନା ଲକଡାଉନ ପାଇଁ ଚଳିତ ବର୍ଷ ବହୁତ ବିଳମ୍ବରେ ପରୀକ୍ଷା ଫଳ ପ୍ରକାଶିତ ହେଉଛି । ଫେବୃଆରୀ 19 ରୁ ମାର୍ଚ୍ଚ 2 ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମେ 26 ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ପୂର୍ବରୁ ମାର୍ଚ୍ଚ 19 ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ହେଲେ କୋରୋନା ଲକଡାଉନ ପାଇଁ ଏହା ସ୍ଥଗିତ ରହିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 29, 2020, 1:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.