କଟକ: ଦଶମ ଶ୍ରେଣୀ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ପ୍ରାୟସ । ସ୍କିମ ଅଫ ଏକ୍ସେସମେଣ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ ।
ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଲାଗୁ ହେବ । ଚଳିତ ବର୍ଷ ଶିକ୍ଷାବର୍ଷରେ ଲାଗୁ କରିବା ପାଇଁ ଯୋଜନା କରୁଛି ବୋର୍ଡ । ନବମ ଓ ଦଶମ ପାଠ୍ୟକ୍ରମ ସମୟରେ ୪ଟି ଛୋଟ ପରୀକ୍ଷା , ୨ଟି ବଡ ପରୀକ୍ଷା ରହିବ । ଯଦି କୌଣସି ପ୍ରକାରରେ ବାର୍ଷିକ ପରୀକ୍ଷା ବାତିଲ ହୁଏ, ପରୀକ୍ଷାର୍ଥୀ ଦେଇଥିବା ପରୀକ୍ଷା ଆଧାରରେ ମାର୍କ ମିଳିବ । ଶିକ୍ଷାବିତ ମାନଙ୍କ ଠାରୁ ବିଚାର ବିମର୍ଶ ପରେ ବୋର୍ଡ ପ୍ରସ୍ତୁତ କରିଛି ସ୍କିମ ଅଫ ଏକ୍ସେସମେଣ୍ଟ ବ୍ୟବସ୍ଥା ।ଖୁବଶୀଘ୍ର ଏ ନେଇ ବୋର୍ଡ ପକ୍ଷରୁ ଘୋଷଣା କରାଯିବ ବୋଲି ବୋର୍ଡ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।
ସୂଚନାଥାଉକି ମହାମାରୀ କୋରୋନା ଯୋଗୁଁ ସ୍କୁଲ କଲେଜ ବିଶ୍ବବିଦ୍ୟାଳୟ ବେଶ ପ୍ରଭାବିତ ହୋଇଛି । କୋରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡିକର ପରୀକ୍ଷା ସଠିକ ସମୟରେ ହୋଇପାରିନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ପ୍ରତି ଅନିଶ୍ଚିତତା ଦେଖାଦେଇଥିଲା । ଏହି ସମୟରେ ବିଭିନ୍ନ ଶିକ୍ଷାବିତ ତଥା ଶିକ୍ଷାବିଶାରଦଙ୍କ ମତକୁ ଅନୁସରଣ କରି ନୂତନ ପଦ୍ଧତି ଅବଲମ୍ବନ କରାଯାଇଛି। ଯାହା ପରୀକ୍ଷା ଅନୁଷ୍ଠିତ ନ ହେଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପୂର୍ବ ପ୍ରଦର୍ଶନ ଆକାରାରେ ମାର୍କ ପ୍ରଦାନ କରାଯିବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ