ETV Bharat / city

ରାତି ପାହିଲେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ଭଲ ଫଳାଫଳ ନେଇ ଆଶାବାଦୀ ଛାତ୍ରଛାତ୍ରୀ - ୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଆସନ୍ତା ଜୁଲାଇ ୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ । ଅଧିକ ପଢ଼ନ୍ତୁ

ରାତି ପାହିଲେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

author img

By

Published : Jul 5, 2022, 7:58 PM IST

କଟକ: ରାତି ପାହିଲେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ସମୟ ଯେତିକି ପାଖେଇ ଆସୁଛି ଫଳାଫଳକୁ ନେଇ ପରୀକ୍ଷାର୍ଥୀ, ଅବିଭାବକ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କ ମନରେ ସେତିକି ଆଗ୍ରହ ବଢୁଛି । କିଏ କହୁଛି ୮୦ ପ୍ରତିଶତରୁ ଅଧିକ ମାର୍କ ରହିବ ତ ଆଉ କିଏ କହୁଛି ୯୦ ପ୍ରତିଶତରୁ ଅଧିକ ରହିବ । ଆଉ କିଏ କହୁଛି ପରୀକ୍ଷା ଭଲ ହୋଇଛି ଫଳ ବି ଭଲ ହେବ । କହିବାକୁ ଗଲେ ଫଳାଫଳ ଭଲ ହେବାନେଇ ସମସ୍ତେ ଆଶା ରଖିଛନ୍ତି ।

ଭଲ ଫଳାଫଳ ନେଇ ଆଶାବାଦୀ ଛାତ୍ରଛାତ୍ରୀ

ଏପରିକି ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ନିଜ ନିଜ ଛାତ୍ରଛାତ୍ରୀଙ୍କ ଫଳାଫଳ ଭଲ ହେବ ବୋଲି ଆଶାପ୍ରକଟ କରିଛନ୍ତି । ଗତ ବର୍ଷ ସମ୍ପୂର୍ଣ୍ଣ କୋରୋନା କଟକଣାରେ ପରୀକ୍ଷା ଆୟୋଜନ କରାଯାଇଥିବା ବେଳେ ଏଥର କିନ୍ତୁ ବିନା କଟକଣାରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ। ସେହିପରି ଗତଥର ପରୀକ୍ଷା ଢାଞ୍ଚା ଅପେକ୍ଷା ଏଥର ନୂଆ ଢାଞ୍ଚାରେ ମଧ୍ୟ ପରୀକ୍ଷା କରାଯାଇଛି । ତେବେ ପୂର୍ବ ବର୍ଷ ଅପେକ୍ଷା ଏଥର ଭଲ ଫଳ ହେବ ବୋଲି ସମସ୍ତେ ଅନୁମାନ କରୁଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.