ETV Bharat / city

ସିଲଭରସିଟିରୁ 10 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ: 2 ବ୍ୟବସାୟୀ ଗିରଫ - କଟକ ଖବର

ସିଲଭରସିଟିର ଲାଲବାଗ ଅଞ୍ଚଳରୁ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହାସହ ୨ ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ସିଲଭରସିଟିରୁ 10 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ : 2 ବ୍ୟବସାୟୀ ଗିରଫ

author img

By

Published : Jan 27, 2022, 4:07 PM IST

କଟକ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । ସିଲଭର ସିଟିର ଲାଲବାଗ ଅଞ୍ଚଳରୁ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହାସହ ୨ ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ।

ସିଲଭରସିଟିରୁ 10 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ : 2 ବ୍ୟବସାୟୀ ଗିରଫ

ସୂଚନା ଅନୁସାରେ, ଲାଲବାଗ ଅଞ୍ଚଳରେ ବ୍ରାଉନସୁଗାର କାରବାର ନେଇ ଖବର ପାଇଥିଲା କମିଶନରେଟ ପୋଲିସ । ପରେ ଯୋଜନା ମୁତାବକ ରେଡ କରିଥିଲା ସେହି ଅଞ୍ଚଳରେ । ଏହି ମାମଲାରେ ଦୁଇ ଜଣ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରିବା ସହ ସେମାନଙ୍କ ଠୁ 2 ଲକ୍ଷ 80 ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।

ଏହାବି ପଢନ୍ତୁ :ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜ

ଦୁଇ ବ୍ୟବସାୟୀ ମୁଖ୍ୟତଃ ଲାଲବାଗ ଅଞ୍ଚଳ ଓ ବିଡାନାସୀ ଅଞ୍ଚଳରେ ରହି ଦୀର୍ଘ ଦିନ ଧରି ବ୍ୟବସାୟ କରୁଥିଲେ। ଏମାନେ ଜଳେଶ୍ବର ଓ ବାଲେଶ୍ଵରରୁ ବ୍ରାଉନସୁଗାର ଆଣି କଟକରେ ବ୍ୟବସାୟ କରୁଥିବା କହିଛନ୍ତି କଟକ ଡିସିପି । କଟକରୁ ବ୍ରାଉନସୁଗାର ମୁକ୍ତ କରିବା ପାଇଁ ଛୋଟ ଛୋଟ ବ୍ୟବସାୟୀଙ୍କ ଉପରେ କଡା ନଜର ରଖିଛି ପୋଲିସ । ତେବେ ଜବତ ବ୍ରାଉନସୁଗାର ମୂଲ୍ୟ 10 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.