କଟକ: ସିଲଭର ସିଟିରେ ଫୁଟିଲା ବୋମା । କଟକ ଓଡିଆ ବଜାରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣଙ୍କ ଘର ଉପରକୁ ବୋମା ମାଡ କଲେ 3 ଦୁର୍ବୁତ୍ତ । ବାଇକରେ ଆସି ବୋମା ମାଡ କରିଥିବାବେଳେ କୌଣସି କ୍ଷତି ହୋଇନଥିବା ସୂଚନା । ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଜାରି ।
ଓଡିଆ ବଜାରରେ ରହୁଥିବା ଏସ କେ ବାବୁ ନାମକ ବ୍ୟକ୍ତିଙ୍କ ଘର ଉପରକୁ ବୋମା ଫିଙ୍ଗିଲେ 3 ଦୁର୍ବୁତ୍ତ । ବାଇକରେ ଆସି ବୋମା ଫିଙ୍ଗି ଛୁ ହୋଇଗଲେ ତିନି ଜଣ । ତେବେ ଅଳ୍ପକେ ବର୍ତି ଯାଇଥିଲେ ଘରେ ଥିବା ଏସ କେ ବାବୁଙ୍କ ଝିଅ । ସେପଟେ ଘଟଣା ପରେ ଦରଘା ବଜାର ଥାନା ପୋଲିସ ପହଞ୍ଚି ପଚରାଉଚରା ଜାରି ରଖିଛି ।
ଅନ୍ୟପଟେ ତାଙ୍କର ପୂର୍ବରୁ ଓଡିଆ ବଜାରର ଜଣେ ଯୁବକ ସହ ପାରିବାରିକ କଳହ ସୃଷ୍ଟି ହୋଇଥିଲା । ଯାହା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ଏହି ଶତ୍ରୁତାକୁ ଭିତ୍ତି କରି ଉକ୍ତ ଯୁବକ ବୋମା ମାଡ କରିଥିବା ନେଇ ଏସକେ ବାବୁ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ