ETV Bharat / city

ଅଶ୍ୱିନୀରେ ଖୋଲିଲା ବ୍ଲଡ଼ ବ୍ୟାଙ୍କ, ଉପକୃତ ହେବେ ସାଧାରଣ ଲୋକ - aswini hospital

ଅଶ୍ୱିନୀରେ ଖୋଲିଲା ବ୍ଲଡ଼ ବ୍ୟାଙ୍କ । ଉପକୃତ ହେବେ ସାଧାରଣ ଲୋକ । ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଅଧିକ ପଢନ୍ତୁ...

blood bank opened in aswini hospital
ଅଶ୍ୱିନୀରେ ଖୋଲିଲା ବ୍ଲଡ଼ ବ୍ୟାଙ୍କ ,ଉପକୃତ ହେବେ ସାଧାରଣ ଲୋକ
author img

By

Published : Jan 26, 2021, 8:53 PM IST

କଟକ: ଅଶ୍ବନୀ ହସ୍ପିଟାଲ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କଟକ ସାଂସଦ ଭର୍ତ୍ତୃହରି ମହତାବ,ବିଧାୟକ ସୌଭିକ ବିଶ୍ବାଳଙ୍କ ସମେତ ଜିଲ୍ଲାପାଳ, ଡିସିପି ଓ ହସ୍ପିଟାଲ ପଦାଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ହସ୍ପିଟାଲ ପରିସରରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା । ଆଜିର ଦିନକୁ କୋଭିଡ ଯୋଦ୍ଧାମାନଙ୍କ ଲାଗି ଉତ୍ସର୍ଗ କରାଯାଇଥିଲା । ଦୀର୍ଘ ୯ ମାସରୁ ଉର୍ଦ୍ଧ ଧରି କୋରୋନା ଯୁଦ୍ଧରେ ସ୍ବାସ୍ଥ୍ୟ କର୍ମୀମାନେ ଅପ୍ରାଣ ଉଦ୍ୟମ କରି ମହାମାରୀକୁ ନିୟନ୍ତ୍ରଣ କରିପାରିଥିବାରୁ ସେମାନଙ୍କ ସେବାକୁ ଆଜି ମନେ ପକାଯାଇଥିଲା । ଯେଉଁମାନେ କୋରୋନା ଯୁଦ୍ଧରେ ହାରି ମୃତ୍ୟୁବରଣ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ହସ୍ପିଟାଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।

ଅଶ୍ୱିନୀରେ ଖୋଲିଲା ବ୍ଲଡ଼ ବ୍ୟାଙ୍କ ,ଉପକୃତ ହେବେ ସାଧାରଣ ଲୋକ

ଅପରପଟେ ପ୍ରଥମ କରି ରାଜ୍ୟରେ ଘରୋଇ ହସ୍ପିଟାଲରେ ଏକ ରକ୍ତ ଭଣ୍ଡାରକୁ ମଧ୍ୟ ଉଦଘାଟନ କରିଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାତି ଅଧରେ ଆସୁଥିବା ଗୁରୁତର ରୋଗୀଙ୍କୁ ଏହା ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଏହି ଅବସରରେ ଅଶ୍ବିନୀ ହସ୍ପିଟାଲ ପରିସରରେ ଏକ ରକ୍ତଦାନ ଶିବିର ମଧ୍ୟ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.