କଟକ: ନାଗରିକତା ସଂଶୋଧନ ଆଇନର ସମର୍ଥନରେ ସୋମବାର କଟକରେ ସଚେତନତା ପଦଯାତ୍ରା କରିଛି ଭାରତୀୟ ଜନତାପାର୍ଟି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ଏହି ପଦଯାତ୍ରାରେ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ ।
କଲେଜ ଛକଠାରୁ ଏହି ଶୋଭାଯାତ୍ରା ବାହାରି ରାଣିହାଟ, ବଜ୍ରକବାଟି, ଦୋଳମୁଣ୍ଡାଇ, ବାଦାମବାଡ଼ି ପରିକ୍ରମାକରି ଖାନନଗର ଛକଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଯେଉଁମାନେ ଏହି ଆଇନକୁ ବିରୋଧ କରୁଛନ୍ତି ସେମାନଙ୍କ ମୁହଁରେ ପାକିସ୍ଥାନର ଭାଷା ବୋଲି କଡା ଭାଷାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ତେବେ ଏହି ଆଇନକୁ ଲୋକଙ୍କ ମଧ୍ୟରେ ସଚେତନ କରାଇବା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ