ETV Bharat / city

ଇଡିକୁ ରାଜନୈତିକ ଅସ୍ତ୍ର କରିଛି ବିଜେପି ସରକାର : ବିଧାୟକ ମୋକିମ - ସୋନିଆ ଗାନ୍ଧୀଙ୍କୁ ଇଡିର ସମନ

ସୋନିଆ ଗାନ୍ଧୀଙ୍କୁ ଇଡିର ସମନ ନେଇ ଗର୍ଜିଲା କଂଗ୍ରେସ । କଟକ ରେଳ ଷ୍ଟେସନ ନିକଟରେ ଏହି ପ୍ରସଙ୍ଗ କୁ ନେଇ ଜୋରଦାର ଆନ୍ଦୋଳନ କରିଛି ନଗର କଂଗ୍ରେସ । ସ୍ୱଚ୍ଛ ଗଣତନ୍ତ୍ର ମଧ୍ୟରେ ଇଡିକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରି ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି କେନ୍ଦ୍ର ସରକାର । ଏଭଳି ଅଭିଯୋଗ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ

ଇଡିକୁ ରାଜନୈତିକ ଅସ୍ତ୍ର କରିଛି ବିଜେପି ସରକାର : ବିଧାୟକ ମୋକିମ

author img

By

Published : Jul 22, 2022, 6:58 PM IST

କଟକ: ସୋନିଆ ଗାନ୍ଧୀଙ୍କୁ ଇଡିର ସମନ ନେଇ ଗର୍ଜିଲା କଂଗ୍ରେସ । କଟକ ରେଳ ଷ୍ଟେସନ ନିକଟରେ ଏହି ପ୍ରସଙ୍ଗକୁ ନେଇ ଜୋରଦାର ଆନ୍ଦୋଳନ କରିଛି ନଗର କଂଗ୍ରେସ । ସ୍ୱଚ୍ଛ ଗଣତନ୍ତ୍ର ମଧ୍ୟରେ ଇଡିକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରି ଆକ୍ରୋଶମୂଳକ ରାଜନିତୀ କରୁଛି ବିଜେପି । ସିବିଆଇ ଆଉ ଇଡିର ଭୟ ଦେଖାଇ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଆଜି ସର୍ବ ଭାରତୀୟ ସ୍ତରରେ ମୁଣ୍ଡ ଟେକିଛି ବଡ ଅସନ୍ତୋଷ ।

ଇଡିକୁ ରାଜନୈତିକ ଅସ୍ତ୍ର କରିଛି ବିଜେପି ସରକାର : ବିଧାୟକ ମୋକିମ

ଗୋଟିଏ ପଟେ ଦେଶ ସ୍ୱାଧୀନତାର 75ତମ ବର୍ଷ ପାଳନ କରୁଥିବା ବେଳେ କେନ୍ଦ୍ର ସରକାର ଯେଉଁ ଇଡି ନୀତି ପାଳନ କରିଛନ୍ତି ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି । କାରଣ ସ୍ୱାଧୀନତା ସମୟରେ କଂଗ୍ରେସର ଅବଦାନ ଓ ପରବର୍ତୀ ସମୟରେ ଦେଶରେ ଶାସନକୁ କେନ୍ଦ୍ରରେ ଥିବା ବିଜେପି ସରକାର ସମ୍ପୂର୍ଣ୍ଣ ରୂପେ ଅଣଦେଖା କରୁଛନ୍ତି । ଯାହା ପାଇଁ ଏହିଭଳି ଆକ୍ରୋଶ ମୂଳକ ନିଷ୍ପତି ନେଉଛନ୍ତି ସରକାର । ତେଣୁ ଏହି ନିଷ୍ପତି ଉପରୁ ସରକାର ନିବୃତ ନହେଲ ଆସନ୍ତା ଦିନରେ କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ ହେବ ବୋଲି ମୋକିମ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.