କଟକ: ପରୀକୁ ନ୍ୟାୟ ଦେବା ପାଇଁ କଟକରେ ବିଜେପି ପକ୍ଷରୁ ପଦଯାତ୍ରା ଆରମ୍ଭ । ବହୁ ଚର୍ଚ୍ଚିତ ପରୀ ଅପହରଣ ଏବଂ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବିକରି ଏହି ପଦଯାତ୍ରା କରାଯାଉଛି ।
କଟକରେ ପରୀକୁ ନ୍ୟାୟଦେବା ଦାବିରେ ବିଜେପି ପଦଯାତ୍ରା ଆରମ୍ଭ କରିଛି । ଏସଆଇଟି ଟିମର ତଦନ୍ତରେ ସନ୍ତୁଷ୍ଟ ନୁହଁ ଦଳ, ମାମଲାରେ ସିବିଆଇ ତଦନ୍ତ ପାଇଁ ଅଡିବସିଛି ବିଜେପି । ତେଣୁ ଏଥିରେ ସିବିଆଇର ହସ୍ତକ୍ଷେପ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ବିଜେପି । କଟକରେ ଆଜି(ଶନିବାର) ଏହି ବିଶାଳ ପଦଯାତ୍ରା ବକ୍ସିବଜାର ଗୋପବନ୍ଧୁ ପାର୍କ ନିକଟରୁ ସହର ପରିକ୍ରମା କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ