କଟକ: ତେଜୁଛି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ରାଜନୀତି । କଟକ SP ଅଫିସ ସାମ୍ନାରେ କଟକ ନଗର ବିଜେପିର ବିକ୍ଷୋଭ ପଦର୍ଶନ । ଶତାଧିକ ବିଜେପି କର୍ମୀ ବିଧାୟକଙ୍କ ବେଆଇନ ଗିରଫଦାବି ଓ ତିଳେଇବଣି ବ୍ଲକର ବିଡ଼ିଓଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ଦାବି କରିଛନ୍ତି ।
୨୨ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ଦୁଇ ଥର ବିଧାୟକ ହୋଇଥିବା ସୁବାଷ ପାଣିଗ୍ରାହୀଙ୍କ ସ୍ବଚ୍ଛତା କାହାକୁ ଅଛପା ବୋଲି କହିଛି ବିଜେପି । ତେବେ ସରକାରୀ କାର୍ଯ୍ୟକ୍ରମ ଆଧାରରେ ବିଡ଼ିଓଙ୍କୁ ପ୍ରଶ୍ନ ପରେ ତାଙ୍କୁ ବେଆଇନ ଭାବରେ ଗିରଫ କରାଯାଇଛି । ଯଦି ଏହି ଦିଗରେ ଆଇନ କିଛି ଆଖି ଦୃଷିଆ ପଦକ୍ଷେପ ନନିଏ ତେବେ ଆଗାମୀ ଦିନରେ ସ୍ଥିତି ଯାହା ହେବ ସେନେଇ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଦାବି କରିଛି ବିଜେପି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ