ETV Bharat / city

ଡିଜିଟାଲରେ 1 କୋଟି ସଭ୍ୟ ସଂଗ୍ରହ କରିବ ବିଜେଡି !

author img

By

Published : Sep 13, 2019, 7:37 PM IST

କଟକର ସାରଳା ଭବନରେ ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସାରା ରାଜ୍ୟରେ ଏକ କୋଟି ସଦସ୍ୟ ସଂଗ୍ରହ କରିବାର ଲକ୍ଷ୍ୟ ରଖିଥିବା କଥା ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବିଜୁ ଜନତା ଦଳ ରାଜ୍ୟରେ ଏକ କୋଟି ସଦସ୍ୟ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି । ଏଥିମଧ୍ୟରୁ କେବଳ କଟକ ଜିଲ୍ଲାରୁ ବିଜେଡି 5 ଲକ୍ଷ ସଦସ୍ୟ ସଂଗ୍ରହ କରିବ ବୋଲି କାର୍ଯ୍ୟକାରିଣୀ ବୈଠକ ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରକାଶ କରିଛନ୍ତି । ସେହିପରି ଡିଜିଟାଲ ମାଧ୍ୟମରେ ସଭ୍ୟ ସଂଗ୍ରହ ଅଭିଯାନ କରାଯିବ ବୋଲି କଟକ ଜିଲ୍ଲାସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ଦଳ ପକ୍ଷରୁ କଟକର ସାରଳା ଭବନରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ମନ୍ତ୍ରୀ ପ୍ରତାପଜେନା, ପର୍ଯ୍ୟବେକ୍ଷକ ଉଷା ଦେବୀ, କଟକ ଜିଲ୍ଲା ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ 5 ‘ଟି’କୁ ଗୁରୁତ୍ବ ଦେଇ କାମ କରିବାକୁ ଏହି ବୈଠକରେ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ଏକ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ।ତେବେ କଟକରେ 5 ଲକ୍ଷ ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ବିଜେଡି। ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ଆଜି କଟକରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କଟକ ଲୋକସଭା ସାଂସଦ, ମନ୍ତ୍ରୀ ପ୍ରତାପଜେନା, ପର୍ଯ୍ୟବେକ୍ଷକ ଉଷା ଦେବୀ,ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ଙ୍କ ସମେତ ଜିଲ୍ଲାର କର୍ମକାର୍ତ୍ତା ଯୋଗ ଦେଇଥିଲେ।ମୁଖ୍ୟମନ୍ତ୍ରୀ ଙ୍କ 5 ଟି କୁ ଗୁରୁତ୍ୱ ଦେଇ କାମ କରିବାକୁ ଏହି ବୈଠକରେ କର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଛି।ସେହିପରି ଡିଜିଟାଲ ମାଧ୍ୟମରେ ଏହି ସଭ୍ୟ ସଂଗ୍ରହ ଅଭିଯାନ କରାଯିବ ବୋଲି କଟକ ଜିଲ୍ଲାସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି।

ବାଇଟ - ଦେବାଶିଷ ସାମନ୍ତରାୟ, ଜିଲ୍ଲା ସଭାପତି, କଟକ ବିଜୁ ଜନତାଦଳ।
ବାଇଟ - ଭର୍ତ୍ତୃହରି ମହତାବ,କଟକ ସାଂସଦ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.