କଟକ: ବିଜେପିରୁ ଦାମ ରାଉତଙ୍କ ଇସ୍ତଫା ପରେ ସରଗରମ ରାଜ୍ୟ ରାଜନୀତି। ଆଉ ନିର୍ବାଚନ ରାଜନୀତିରେ ଭାଗ ନେବେ ନାହିଁ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ସ୍ପଷ୍ଟ କରି ଥିବାବେଳେ ସେ କେଉଁ ଦଳରେ ମିଶିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ତେବେ ପୂର୍ବତନ ମନ୍ତ୍ରୀ ଦାମ ରାଉତ ବିଜେପି ଛାଡିବା ପରେ ତାଙ୍କର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି। ଦାମ ବାବୁ ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପିରେ ସାମିଲ ହୋଇଥିଲେ । ଆଞ୍ଚଳିକ ଦଳ ଛାଡି ଜାତୀୟ ଦଳରେ ସାମିଲ ହୋଇଥିଲେ ବି ସେଠାରେ ତାଙ୍କୁ ଉଚିତ ସମ୍ମାନ ନ ମିଳିବାରୁ ସେ ଦଳ ଛାଡିଛନ୍ତି ।
ଏହା ସହ ବିଜେଡିରେ ଦାମ ବାବୁ ପୁଣି ବିଜେଡିରେ ମିଶିବେ କି ବୋଲି ପଚରା ଯାଇଥିବା ପ୍ରଶ୍ନରେ ସେ କହିଛନ୍ତି,‘ଏ ନିଷ୍ପତ୍ତି କେବଳ ଦଳର ମୁଖ୍ୟ ନେବେ ’।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ