କଟକ: ସିଲଭର ସିଟିରେ ଧୂମଧାମରେ ପାଳିତ ହେଉଛି ବିଶ୍ଵକର୍ମା ପୂଜା । ବାଉନ ବଜାର ତେପନ ଗଳିରେ ଏହି ପୂଜାକୁ ବେଶ ଆଡ଼ମ୍ବରର ସହ ପାଳନ କରୁଛନ୍ତି କଟକ ବାସୀ । ଗଣେଶ ପୂଜା ପରି ବିଶ୍ଵକର୍ମାଙ୍କ ପୂଜା ମଧ୍ୟ ସମାନ ଢ଼ଙ୍ଗରେ କଟକରେ ଦୃଶ୍ୟମାନ ହୋଇଛି ।
ସୁନ୍ଦର ଆଲୋକସଜ୍ଜା ଓ ଛୋଟ ବଡ଼ ତୋରଣରେ ଆଜି ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି । ତେବେ କହିବାକୁ ଗଲେ ଭାଇଚାରାର ସହରରେ ସବୁ ପୂଜାକୁ ଧୂମଧାମରେ ପାଳନ କରାଯାଏ । ଏହାରି ମଧ୍ୟରୁ ବିଶ୍ଵକର୍ମା ପୂଜା ମଧ୍ୟ ଅନ୍ୟତମ । ତେବେ ଆଗକୁ ଆସୁଛି ଦୁର୍ଗା ପୂଜା ଯାହା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ