ETV Bharat / city

ଗୀତିନାଟ୍ୟ ଜଗତର ମଉଡମଣି ଗଣକବି ବୈଷ୍ଣବ ପାଣିଙ୍କ 140ତମ ଜନ୍ମ ଜୟନ୍ତୀ

କଟକରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି ।

ଗଣକବି ବୈଷ୍ଣବ ପାଣିଙ୍କ 140ତମ ଜନ୍ମ ଜୟନ୍ତୀ
ଗଣକବି ବୈଷ୍ଣବ ପାଣିଙ୍କ 140ତମ ଜନ୍ମ ଜୟନ୍ତୀ
author img

By

Published : Oct 9, 2022, 2:02 PM IST

କଟକ: ଗୀତିନାଟ୍ୟ ଜଗତର ମଉଡମଣି ଗଣକବି ବୈଷ୍ଣବ ପାଣିଙ୍କର ଆଜି 140ତମ ଜନ୍ମଜୟନ୍ତୀ । କଟକ ଖାନ ନଗର ପାର୍କରେ ଥିବା ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ମହାନ ଆତ୍ମାର ସ୍ମୃତି ଚାରଣ କରିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଜେନା, ମେୟର ସୁବାସ ସିଂ, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ପ୍ରମୁଖ ଯୋଗ ଦେଇ ଗଣକବିଙ୍କୁ ମନେ ପକାଇଛନ୍ତି ।

ଗଣକବି ବୈଷ୍ଣବ ପାଣିଙ୍କ 140ତମ ଜନ୍ମ ଜୟନ୍ତୀ

ବିଗତ ଦିନରେ କେବଳ କଟକ ନୁହେଁ ଓଡ଼ିଶା ପାଇଁ ତାଙ୍କର ଯେଉଁ ଅବଦାନ ତାହା ସର୍ବଦା ଚିରସ୍ମରଣୀୟ ରହିଛି । ଏକାଧାରରେ ଗୀତିନାଟ୍ୟ ଜଗତର ସ୍ରଷ୍ଟା, ଜଣେ ନାଟ୍ୟକାର ଓ ତାହା ସହିତ ସମାଜ ସଂସ୍କାରକ ଭାବରେ ପରିଚୟ ଲାଭ କରିଥିଲେ ବୈଷ୍ଣବ ପାଣି । ଏହା ସହିତ ପ୍ରାକ୍ ସ୍ବାଧୀନତା ପୂର୍ବରୁ ଲୋକମାନଙ୍କ ମଧ୍ୟରେ ନାଟକ ଜରିଆରେ ଦେଶପ୍ରେମ ସୃଷ୍ଟି କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା । ଯାହାକୁ ଆଗାମୀ ଦିନରେ ଆହୁରି ଭଲ ଭାବରେ ଓଡ଼ିଶାରେ ପ୍ରଚାର ପ୍ରସାର କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା । ବୈଷ୍ଣବ ପାଣିଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡିଶାରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗଣକବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ସମ୍ମାନ ଜଣାଇଛନ୍ତି ।

ଏହା ବି ପଢନ୍ତୁ...ଆଜି ଗୋପବନ୍ଧୁ ଦାସଙ୍କ 145ତମ ଜୟନ୍ତୀ: ତ୍ୟାଗ-ଦେଶ ସେବାକୁ ମନେ ପକାଇଲା ସୁଆଣ୍ଡୋ

ଜୀବନର ରଙ୍ଗମଞ୍ଚରେ ଭିନ୍ନ ଭିନ୍ନ ରୂପ ନେଇ ଅବତୀର୍ଣ୍ଣ ହୋଇଥିଲେ କବି ବୈଷ୍ଣବ ପାଣି । ଗୋରକ୍ଷକ, ପାଚକ ତଥା ପାଲାଗାୟକ ଭାବେ କରିଥିବା ଅଭିନୟ ତାଙ୍କ ପ୍ରତିଭାକୁ ବିକାଶିତ କରିଥିଲା । ପାଲା ଅଭିନୟ ପରେ ମାସିକ 4ଟଙ୍କା ବେତନ ଓ ଯୋଡେ ଲୁଗା ପାଇ ଯାତ୍ରା ଦଳ ଓସ୍ତାଦ ଭୂମିକାରେ ଓହ୍ଲାଇଥିଲେ । ଏହା ହିଁ ତାଙ୍କ ନାଟ୍ୟ ଜୀବନର ପ୍ରଥମ ପରିଚୟ ଥିଲା । ଓଡିଶା ଯାତ୍ରା ସାହିତ୍ୟକୁ କବି ଅଜସ୍ର ଗୀତାଭିନୟ, ଗୀତିନାଟ୍ୟ, ଲୀଳା, ଫାର୍ସ ଓ ସୁଆଙ୍ଗ ଦାନ କରିଛନ୍ତି । ଗୀତିନାଟ୍ୟର ଭାବ, ଭାଷା, ଚରିତ୍ର ଓ ସଙ୍ଗୀତ, ଓଡିଆ ଯାତ୍ରା ସାହିତ୍ୟରେ ସଂସ୍କାର ଆଣିବା ସଙ୍ଗେ ସଙ୍ଗେ ଏଥିରେ ଏକ ନୂତନ ଧାରା ସୃଷ୍ଟି କରିଥିଲା । ତାଙ୍କ ନାଟକ ରଚନା ଜନସମାଜରେର ନିକଟବର୍ତ୍ତୀ ହୋଇପାରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.