କଟକ: ସିଲଭରସିଟିରେ ବାର୍ଡ ଫ୍ଲୁ ଆତଙ୍କ ଦେଖିବାକୁ ମିଳିଛି । ଖପୁରିଆ ବତକ ପ୍ରଜନନ କେନ୍ଦ୍ରରେ ମାରାତ୍ମକ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଛି। ତେବେ ଏନେଇ ଚାରିଶହରୁ ଉର୍ଦ୍ଧ୍ବ ବତକଙ୍କୁ ମାରି ପୋତି ଦେଇଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ।
ସୂଚନା ମୁତାବକ, କଟକ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ୨ଟି ଟିମ୍ ଦ୍ୱାରା ରବିବାର ବିଭିନ୍ନ ଚିକେନ୍ କାଉଣ୍ଟରରେ ଚଢ଼ାଉ କରାଯାଇଛି। ୬ ହଜାରରୁ ଉର୍ଦ୍ଧ ବତକ ଅଣ୍ଡା, ବତକ ଓ କିଛି କୁକୁଡ଼ା ଜବତ କରାଯାଇ ନଷ୍ଟ ମଧ୍ୟ କରାଯାଇଛି। ଏଥିସହ ଆସନ୍ତା ତିନି ମାସ ମଧ୍ୟରେ ଏହି ସବୁ ଅଞ୍ଚଳରେ ବତକ କୁକୁଡ଼ା ଓ ଅଣ୍ଡା ବିକ୍ରୟ ଉପରେ ନିଷେଧଦେଶ ଜାରିକରିଛି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ