କଟକ: କମିଶନରେଟ ପୋଲିସ ହାବୁଡରେ ବାଇକ ଲୁଟେରା ଚଗଲି ଜେନା ଓ ଗ୍ୟାଙ୍ଗ୍ । କଟକର ବିଭିନ୍ନ ଅଞ୍ଚଳରେ ବାଇକ ଚୋରି କରୁଥିଲେ ଏହି ଗ୍ୟାଙ୍ଗ୍ । ମାର୍ଚ୍ଚ ଓ ଏପ୍ରିଲ ଏହି ଦୁଇ ମାସରେ ପ୍ରାୟ ୧୫ ରୁ ୨୦ ବାଇକ ଚୋରି କରିଛନ୍ତି ଏହି ବାଇକ୍ ଲୁଟେରା ଗ୍ୟାଙ୍ଗ । ଏନେଇ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଆଜି ଚାଉଳିଆଗଞ୍ଜ ପୋଲିସ ପଞ୍ଝାରେ ପଡିଛି ଏହି ଲୁଟେରା ଗ୍ୟାଙ୍ଗ । ବସ୍ରେ ଆସି ବାଇକ ଚୋରି କରି ଚମ୍ପଟ୍ ହେଇଯାଉଥିଲେ ଏହି ଗ୍ୟାଙ୍ଗ୍ର ସଦସ୍ୟ ।
ଏହାପରେ ଚୋରି ବାଇକ ସବୁକୁ ସୀମାବର୍ତ୍ତୀ ଜିଲ୍ଲାରେ ବିକ୍ରି କରୁଥିଲେ । ତେବେ ସବୁଠାରୁ ବଡ଼ କଥା ହେଲା ଡ୍ରଗ୍ସ ପାଇଁ ଏହି ବାଇକ ଚୋରି ହେଉଥିବା ନେଇ ସୂଚନା ମିଳିଛି । ଅଭିଯୁକ୍ତ ଚଗଲି ସହିତ ବାଇକ କିଣିଥିବା ଦୁଇଜଣ ଲୋକଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ, ଇଟିଭି ଭାରତ