ETV Bharat / city

କୋଭିଡରେ ମୃତକଙ୍କ ପରିବାର ନିକଟରେ ପହଞ୍ଚିବ ବିଜେଡି - Member Of Rajyasabha

ମହାମାରୀ କରୋନାରେ ବର୍ତ୍ତମାନ ସୁଦ୍ଧା ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୮ ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି। ମହାମାରୀ କରୋନାରେ ପିତା କି ମାତା ହରାଇଥିବା ଅସହାୟ ଶିଶୁଙ୍କ ପାଇଁ ସରକାର ଆଣିଛନ୍ତି ଆର୍ଶୀବାଦ ଯୋଜନା । ଅଧିକ ପଢନ୍ତୁ...

Biju Janata Dal
Biju Janata Dal
author img

By

Published : Oct 27, 2021, 7:10 PM IST

କଟକ: ମହାମାରୀ କରୋନାରେ ବର୍ତ୍ତମାନ ସୁଦ୍ଧା ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୮ ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି। ମହାମାରୀ କରୋନାରେ ବାପାମା’ଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ସରକାର ଆଣିଛନ୍ତି ଆର୍ଶୀବାଦ ଯୋଜନା । ଏହାସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ କୋଭିଡ ମୃତକ ପରିବାର ସଦସ୍ୟଙ୍କୁ 50 ହଜାର ଲେଖାଏଁ ସହାୟତା ମିଳିବ ।

କୋଭିଡରେ ମୃତକଙ୍କ ପରିବାର ନିକଟରେ ପହଞ୍ଚିବ ବିଜେଡି

କିନ୍ତୁ ବିଭିନ୍ନ ନଥିପତ୍ର ଅଭାବ ଓ କିଛି ଅସୁବିଧା ପାଇଁ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ଅନେକ ପରିବାର । ଫଳରେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ, ନେତା, ବିଧାୟକ ଓ ସାଂସଦଙ୍କୁ ଦେଇଛନ୍ତି ବଡ ନିର୍ଦ୍ଦେଶ । ଦଳୀୟ ବିଧାୟକ ସାଂସଦ ଏହି ସମସ୍ତ ପରିବାର ପାଖକୁ ଯାଇ ଆବଶ୍ୟକ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକ ପ୍ରତିନିଧି ମାନେ ପୀଡିତ ପରିବାର ଅଭାବ ଅସୁବିଧା ବୁଝିବା ସହ ସେମାନଙ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ( ବୁଧବାର) ରାଜ୍ୟସଭା ସାଂସଦ ସୁବାସ ସିଂ କଟକରେ 5 ଟି ପରିବାରକୁ ସାକ୍ଷାତ କରିଛନ୍ତି । ସୁବାସ କହିଛନ୍ତି କୋଭିଡରେ ପ୍ରିୟ ପରିଜନଙ୍କୁ ହରାଇଥିବା ପରିବାରର ମାନସିକ ସ୍ଥିତି ଏବେ ଭଲ ନାହିଁ । ସେମାନେ ବର୍ତ୍ତମାନ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆସି ସମସ୍ତ କାମ କରିବା ସମ୍ଭବ ନୁହେଁ । ତେଣୁ ଆମେ ତାଙ୍କ ପାଖକୁ ଯାଇ ସର୍ବନିମ୍ନ ସହାୟତା ଓ ସମର୍ଥନ ଦେବାର ଜରୁରୀ ଅଛି ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ସହ ଦୁଇଟି ପିଲା ଥିଲେ ମାସକୁ ୨୫ ଶହ ଟଙ୍କା ଗୋଟିଏ ପିଲା ଥିଲେ 15 ଶହ ଟଙ୍କା ମିଳିବ । ଏହାସହ ଘରୋଇ ସ୍କୁଲରେ ପଢୁଥିଲେ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଫି ଦେବେ ରାଜ୍ୟ ସରକାର। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ଯଦି ବାସଗୃହ ନଥିବ ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯିବ। ମୃତକଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.