ETV Bharat / city

ଡାକ୍ତରଙ୍କୁ 50ଲକ୍ଷର ବଟି ଧମକ, ବନ୍ଧାହେଲେ ଝାଡଖଣ୍ଡ ଯୁବକ - କଟକ ଖବର

ଡାକ୍ତରଙ୍କୁ ଧମକ ଦେଇ ବନ୍ଧାହେଲେ ଝାଡଖଣ୍ଡ ଯୁବକ । ଜଣାଶୁଣା ବିଶିଷ୍ଟ ଡାକ୍ତର ସାମି ସଲିମଙ୍କୁ ଗିରଫ ଅଭିଯୁକ୍ତ ଫୋନ କରି 50 ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଅଧିକ ପଢନ୍ତୁ

Bidanasi Police
Bidanasi Police
author img

By

Published : Feb 2, 2022, 5:14 PM IST

କଟକ: ଡାକ୍ତରଙ୍କୁ ଧମକ ଦେଇ ବନ୍ଧାହେଲେ ଝାଡଖଣ୍ଡ ଯୁବକ (Bidanasi Police arrests a person from Jharkhand ) । ଜଣାଶୁଣା ବିଶିଷ୍ଟ ଡାକ୍ତର ସାମି ସଲିମଙ୍କୁ ଗିରଫ ଅଭିଯୁକ୍ତ ଫୋନ କରି 50 ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ ।

ଡାକ୍ତରଙ୍କୁ ଧମକ ଦେଇ ବନ୍ଧା ହେଲେ ଝାଡଖଣ୍ଡ ଯୁବକ

ଏହାସହ ଟଙ୍କା ନଦେଲେ ତାଙ୍କ ପରିବାରକୁ ଅପହରଣ କରିବାକୁ ମଧ୍ୟ ଧମକ ଦେଇଥିଲେ । ଡାକ୍ତର ସାମି ଗତ 10 ତାରଖିରେ ବିଡାନାସୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

ଏନେଇ ଆଜି କଟକ ଜୋନ-3 ଏସିପି ତାପସ ପ୍ରଧାନ ସୂଚନା ଦେଇ କହିଛନ୍ତି, ଗତ 10 ତାରିଖରେ ବିଡାନାସୀ ଥାନାରେ ଏତାଲ ପରେ ମାମଲା ରୁଜୁ ହୋଇଥିଲା । ପୋଲିସ ଏସଆଇ ନିରଞ୍ଜନ ଭୋଇଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ କରୁଥିଲା । ପରେ ତଦନ୍ତ ଟିମ କେନ୍ଦୁଝର, ମୟୁରଭଞ୍ଜ ଯାଇ ତଦନ୍ତ କରିଥିଲା । ପରେ ଲୋକେସନ ଟ୍ରାକ କରି ଝାଡଖଣ୍ଡ ଯାଏ ପହଞ୍ଚିଥିଲା ତଦନ୍ତକାରୀ ଟିମ । ସେଠାରୁ ଅଭିଯୁକ୍ତକୁ ଗିରଫ କରି କଟକ ଆଣିଛି ।

ଗିରଫ ଅଭିଯୁକ୍ତ ହେଉଛି ଇମ୍ରୋଜ ଅନସାରୀ । ଘର ଝାଡଖଣ୍ଡ ମୋଜଗାଁ ଥାନା ଖରପୋଷ୍ଟ ଗାଁରେ । ଏହାପୂ୍ର୍ବରୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କୁ ଧମକ ଦେଇ ଟଙ୍କା ମାଗୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ଏପରିକି ଝାଡଖଣ୍ଡର ଜଣେ ବର୍ତ୍ତମାନର ବିଧାୟକଙ୍କୁ ମଧ୍ୟ ଧମକ ଦେଇ ଟଙ୍କା ମାଗୁଥିବା କହିଛନ୍ତି ଏସିପି ପ୍ରଧାନ । ତେବେ ଗିରଫ ଅଭିଯୁକ୍ତର ନକ୍ସଲ ସମୃକ୍ତି ଅଛି କି ନାହିଁ ସେନେଇ ପୋଲିସ ଅଧିକ ତଦନ୍ତ କରୁଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.