ETV Bharat / city

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ହାଇକୋର୍ଟରେ ରିପୋର୍ଟ ଦାଖଲ

ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ହାଇକୋର୍ଟରେ ଆଜି ମାମଲାର ଶୁଣାଣି ହୋଇଛି । କ୍ରାଇମବ୍ରାଞ୍ଚ ଦାଖଲ କରିଛି ରିପୋର୍ଟ । ମାଗିଛି ଅତିରିକ୍ତ ସମୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Bhubaneswar gang rape case
Bhubaneswar gang rape case
author img

By

Published : Dec 16, 2020, 2:01 PM IST

Updated : Dec 16, 2020, 4:46 PM IST

କଟକ: ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ହାଇକୋର୍ଟରେ ଆଜି ମାମଲାର ଶୁଣାଣି ହୋଇଛି। କ୍ରାଇମବ୍ରାଞ୍ଚ ଆଜି ତଦନ୍ତର ଅଗ୍ରଗତି ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଥିବା କୋର୍ଟଙ୍କୁ ଅବଗତ କରିଛନ୍ତି ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇ ପକ୍ଷ ରଖିଛନ୍ତି ଏଡିଜି ।

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା; ହାଇକୋର୍ଟରେ ରିପୋର୍ଟ ଦାଖଲ

ସେହିପରି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପାଇଁ କିଛି ସମୟ ମାଗିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। କ୍ରାଇମବ୍ରାଞ୍ଚର ପ୍ରାର୍ଥନାକୁ କୋର୍ଟ ଗ୍ରହଣ କରିଥିବା ବେଳେ ଜାନୁଆରୀ ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଦର୍ଶାଯାଇଛି ଯେ ଘଟଣାରେ ସମ୍ପୃକ୍ତ 4 ଅଭିଯୁକ୍ତଙ୍କୁ ଡିସେମ୍ବର 14 ତାରିଖରେ ଗିରଫ କରାଯାଇଛି । ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଆଉ କିଛି ସମୟ ମାଗିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ସୂଚନାଯୋଗ୍ୟ ଯେ, ଏହି ସମ୍ବେଦନଶୀଳ ଘଟଣାର ଅକ୍ଟୋବର 14 ତାରିଖରେ ଶୁଣାଣି କରି ପୀଡିତା ଓ ମାକୁ ସୁରକ୍ଷା ଯୋଗାଇ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସେହିପରି ନଭେମ୍ବର 9 ରେ ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହ ନଭେମ୍ବର 18 ବ୍ୟକ୍ତିଗତ ଭାବେ ପୋଲିସ ମହାନିର୍ଦ୍ଦେଶକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଦିନ କୋର୍ଟ ଆଜି ଡିସେମ୍ବର 16 ବୁଧବାରକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ । ଅକ୍ଟୋବର 6 ତାରିଖ ଠାରୁ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 16, 2020, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.