ETV Bharat / city

ଅଙ୍ଗନୱାଡ଼ି ନିର୍ମାଣରେ କେନ୍ଦ୍ରର ସହାୟତା ସନ୍ତୋଷଜନକ ନୁହେଁ: ସାଂସଦ

author img

By

Published : Sep 18, 2022, 10:54 PM IST

ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ କେନ୍ଦ୍ରରୁ ମିଳୁନି ସନ୍ତୋଷଜନକ ଅନୁଦାନ । କଟକ ଜିଲ୍ଲାରେ ବର୍ତ୍ତମାନ ଅନେକ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣଧୀନ ଅବସ୍ଥାରେ ପଡି଼ରହିଛି । ଏନେଇ କେନ୍ଦ୍ରକୁ ଜଣାଇବୁ ବୋଲି କହିଲେ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଦେବୀ ମିଶ୍ର । ଅଧିକ ପଢ଼ନ୍ତୁ

ଅଙ୍ଗନୱାଡ଼ି ନିର୍ମାଣରେ କେନ୍ଦ୍ରର ସହାୟତା ସନ୍ତୋଷଜନକ ନୁହେଁ: ସାଂସଦ
ଅଙ୍ଗନୱାଡ଼ି ନିର୍ମାଣରେ କେନ୍ଦ୍ରର ସହାୟତା ସନ୍ତୋଷଜନକ ନୁହେଁ: ସାଂସଦ

କଟକ: ଜିଲ୍ଲାରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ଦିଗରେ ନିରାଶ ହେଉଛି ପ୍ରଶାସନ । ଅନେକ ଅଙ୍ଗନୱାଡ଼ି କେନ୍ଦ୍ର ବର୍ତ୍ତମାନ ନିର୍ମାଣଧୀନ ଅବସ୍ଥାରେ ପଡି଼ରହିଛି । ତେବେ ଗୋଟିଏ ଅଙ୍ଗନୱାଡି଼ କେନ୍ଦ୍ର ନିର୍ମାଣ ପାଇଁ ୮ରୁ ୧୦ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ କେନ୍ଦ୍ର ଦେଉଥିବା ୨ ଲକ୍ଷ ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଦେବୀ ମିଶ୍ର ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଭୟ ସହଭାଗୀତାରେ ଅଙ୍ଗନୱାଡି଼ କେନ୍ଦ୍ର ନିର୍ମାଣ ହୋଇଥାଏ । ତେବେ କଟକ ଜିଲ୍ଲାରେ ଅନେକ ଅଙ୍ଗନୱାଡ଼ି କେନ୍ଦ୍ର ବର୍ତ୍ତମାନ ନିର୍ମାଣଧୀନ ଅବସ୍ଥାରେ ପଡି଼ରହିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଦେବୀ ମିଶ୍ର । ଗୋଟିଏ ଅଙ୍ଗନୱାଡି଼ କେନ୍ଦ୍ର ନିର୍ମାଣ ପାଇଁ ୮ରୁ ୧୦ ଲକ୍ଷ ଟଙ୍କା ଆବଶ୍ୟକ ହୋଇଥାଏ । ଏଥିପାଇଁ ରାଜ୍ୟ ସରକାର ଯେତିକି ଖର୍ଚ୍ଚ କରୁଛନ୍ତି ତାହା ଗୋଟିଏ ପ୍ରକାର ସନ୍ତୋଷ ଜନକ ରହିଥିଲା ବେଳେ କିନ୍ତୁ କେନ୍ଦ୍ର ଯେଉଁ ୨ ଲକ୍ଷ ଦେଉଛି ତାହା ୫ରୁ ୬ ଲକ୍ଷ ହେବା ଆବଶ୍ୟକ ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ଏନେଇ ପ୍ରତିକ୍ରିୟାରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, "ଗୋଟିଏ ଅଙ୍ଗନୱାଡି଼ କେନ୍ଦ୍ର ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ମାତ୍ର ୨ ଲକ୍ଷ ଦିଆଯାଉଛି । ଏହା ପର୍ଯ୍ୟାପ୍ତ ହେଉନାହିଁ । ଏଥିରେ ଜିଲ୍ଲା ଉନ୍ନୟନ ପାଣ୍ଠି ସହିତ ବିଧାୟକ ଓ ସାଂସଦଙ୍କ ପାଣ୍ଠିରୁ ମଧ୍ୟ ଅର୍ଥ ବିନିଯୋଗ କରାଯାଉଛି । ତେଣୁ ଏନେଇ ଆମେ କେନ୍ଦ୍ର ସରକାରଙ୍କୁ ଜଣାଇବା ପାଇଁ ପ୍ରସ୍ତାବ ଗ୍ରହଣ କରିଛୁ ।" ସେହିଭଳି ବିଧାୟକ ଦେବୀ ମିଶ୍ର କହିଛନ୍ତି, "ବର୍ତ୍ତମାନ ଗୋଟିଏ ଘର ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀର ଦର ବଢ଼ୁଛି । ସେହିଭଳି ଶ୍ରମିକ ମାନଙ୍କର ପାରିଶ୍ରମିକ ମଧ୍ୟ ବଢ଼ୁଛି । ତେଣୁ ନିହାତି ଭାବରେ ଏଥିପାଇଁ କେନ୍ଦ୍ର ସରକାରଙ୍କର ଅନୁଦାନ ରାଶି ମଧ୍ୟ ବଢ଼ିବା ଆବଶ୍ୟକ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.