କଟକ: ଅନଲାଇନରେ ଇନଭେଷ୍ଟମେଣ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ ! କାରଣ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ। ସାଇବର ଲୁଟେରା ଲୁଟି ନେଇଯିବେ ଟଙ୍କା। ଏବେ ଅନଲାଇନରେ ବିଭିନ୍ନ ଆପ ମାଧ୍ୟମରେ ଇନଭେଷ୍ଟମେଣ୍ଟ କରିବା ପାଇଁ ଆସୁଛି ଅନେକ ଲୋଭନୀୟ ମେସେଜ ଓ ଫୋନ। ମୟୂରଭଞ୍ଜର ଅବିନାଶ ସତ୍ୟପ୍ରକାଶ ନାମକ ଜଣେ ବ୍ୟକ୍ତି ଏହିପରି ଠକାମିର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।
![Be careful cybore fraud Loot money online with attractive offers](https://etvbharatimages.akamaized.net/etvbharat/prod-images/13464144_cyber2.jpg)
ମୟୂରଭଞ୍ଜର ଅବିନାଶ ସତ୍ୟପ୍ରକାଶ ନାମକ ଜଣେ ବ୍ୟକ୍ତି ଏହିପରି ଠକାମିର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ପାଖକୁ ଫୋନ୍ କଲ୍ ଆସିଥିଲା। ପରେ ମେସେଜରେ ଲିଙ୍କ ପଠେଇ ଆପ ଡାଉନଲୋଡ କରିବା ପାଇଁ କୁହାଗଲା। ଆପ ର ନାଁ ଥିଲା Cloud Asset Management। ଏହାକୁ ବ୍ୟାଙ୍କ ସହ ଲିଙ୍କ କରିବାକୁ କହିଥିବାବେଳେ ଏଥିରେ କିଛି ନିୟମ ଓ ସର୍ତ୍ତାବଳୀ ମଧ୍ୟ ଥିଲା। ପ୍ରଥମେ ଏକ ହଜାର ଟଙ୍କା ଇନଭେଷ୍ଟ କଲେ ସୁଧ ମିଶେଇ ୧୯୦୦ ଟଙ୍କା ୧୦ ଦିନ ଭିତରେ ମିଳିବ ବୋଲି କୁହାଗଲା। ଏହା ମିଳିବା ପରେ ପୁଣି ଲୋକଙ୍କ ଲୋଭ ବଢ଼ିବାରୁ ସେମାନେ ଆହୁରି ପଇସା ଇନଭେଷ୍ଟ କଲେ ।
![Be careful cybore fraud Loot money online with attractive offers](https://etvbharatimages.akamaized.net/etvbharat/prod-images/13464144_cyber1.jpg)
ହେଲେ ଗତ ୧୦ ତାରିଖରୁ ସମ୍ପୃକ୍ତ ଆପ ଓ ତା ଲିଙ୍କ୍ ଆଉ ଖୋଲୁନଥିବାବେଳେ ପଇସା ମଧ୍ୟ ଆକାଉଣ୍ଟରୁ ଉଠି ପାରୁନାହିଁ । ତେବେ ଯୁବକମାନେ ଏହି ଆପ ଜରିଆରେ କୋଟି କୋଟି ଟଙ୍କା ହରେଇ ଥିବାବେଳେ ଏଥିରେ ଆହୁରି ହଜାର ହଜାର ଲୋକ ପଇସା ଇନଭେଷ୍ଟମେଣ୍ଟ କରିଛନ୍ତି । ତେବେ ଏ ନେଇ ସେମାନେ କଟକସ୍ଥିତ ସାଇବର ସେଲରେ ଲିଖିତ ଏତଲା ଦେବା ପରେ ଅନଲାଇନରେ ମଧ୍ୟ ଏତଲା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ