କଟକ: ରବିବାର ଜେଏନୟୁରେ ଛାତ୍ରଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ବିଜୁ ଛାତ୍ର ଜନତାଦଳ । ଏହାକୁ ବିରୋଧ କରି କଟକରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜୁ ଛାତ୍ର ଜନତାଦଳ ।
ବାଙ୍କୀ ବିଧାୟକ ଓ କଟକ ଚୌଦ୍ବାର ବିଧାୟକଙ୍କ ନେତୃତ୍ବରେ ଶତାଧିକ ଛାତ୍ର ଛାତ୍ରୀ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରେଭେନ୍ଶା ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ କ୍ୟାଣ୍ଡେଲ ଲଗାଇ ପ୍ରତିବାଦ କରିଥିଲେ ।
ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜୁ ଛାତ୍ର ଜନତା ଦଳ । ଏହି ଅବସରରେ କଟକ ଜୋନ ସଭାପତି ସ୍ମୃତି ରଞ୍ଜନ ଦାଶଙ୍କ ସମେତ ଛାତ୍ର ନେତା ଉପସ୍ଥିତ ଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ