ETV Bharat / city

ବର୍ଷା-ଅନୁଭବ ବିବାଦ: ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ - supreme court news

ବର୍ଷା-ଅନୁଭବ ବିବାଦ। ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅଧିକ ପଢନ୍ତୁ...

ବର୍ଷା-ଅନୁଭବ ବିବାଦ
ବର୍ଷା-ଅନୁଭବ ବିବାଦ
author img

By

Published : Sep 19, 2020, 11:33 AM IST

Updated : Sep 19, 2020, 11:52 AM IST

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲା । ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ। ଅନୁଭବ ଦାଖଲ କରିଥିବା ଛାଡପତ୍ର ମାମଲାକୁ ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର କରିବା ପାଇଁ କରିଛନ୍ତି ଆବେଦନ।

ଦିଲ୍ଲୀର ପଟିଆଲ ହାଉସ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଛନ୍ତି ଅନୁଭବ। ସୂଚନାଥାଉକି, ବର୍ଷା ପ୍ରିୟଦର୍ଶିନୀ, ଅନୁଭବଙ୍କ ବିରୋଧରେ ଘରୋଇ ହିଂସାର ମାମଲା କଟକ ଏସଡିଜିଏମ କୋର୍ଟରେ ଦାଖଲ କରିଛନ୍ତି । ସେପଟେ ଅନୁଭବ ମଧ୍ୟ ଦିଲ୍ଲୀର ପଟିଆଲା କୋର୍ଟରେ ଛାଡପତ୍ର ପାଇଁ ମାମଲା ଦାଖଲ କରିଛନ୍ତି ।

ଅନୁଭବଙ୍କ ଘରେ ବର୍ଷାଙ୍କୁ ନିର୍ଯାତନା ଦିଆଯାଉଥିବା ତଥା ଅନୁଭବ ତାଙ୍କ ବନ୍ଧୁମାନଙ୍କ ସହିତ ବେଡ୍‌ରୁମରେ ମଦ ପିଇ ତାଙ୍କୁ ମାଡ ମାରିଥିବାର ବର୍ଷା ଅଭିଯୋଗ କରିଥିଲେ । ସେପଟେ ଅନୁଭବ ତାଙ୍କର ବୈବାହିକ ଜୀବନ ଖୁସିରେ ଚାଲୁନଥିବା ଦର୍ଶାଇ ଛାଡପତ୍ରର ଆବେଦନ କରିଥିଲେ ।

ଯାହାକୁ କଟକ କୋର୍ଟକୁ ଆଣିବା ପାଇଁ ଆଜି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବର୍ଷା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 19, 2020, 11:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.