କଟକ: ଆଉ ଦିନ କେଇଟା ପରେ ବାରବାଟୀ ମହାମୁକାବିଲା । ସେଥିପାଇଁ ସଜେଇ ହେଉଛି ବାରବାଟୀ ଷ୍ଟାଡିଅମ । ପିଚ ଓ ଆଉଟ ଫିଲଡ଼ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ବର୍ଷା ହେଲେ ମଧ୍ୟ ଗ୍ରାଉଣ୍ଡରେ କିଛି ପ୍ରଭାବ ପଡିବ ନାହିଁ ।
ଷ୍ଟାଡିୟମରେ ପିଚ କଭର ଓ ଆଉଟ ଫିଲଡ଼ କଭର ମୁତୟନ ରହିଛି । ଏହାସହିତ ଅନେକ ଫିଲଡ଼ ଷ୍ଟାଫ ମାନେ ମଧ୍ୟ ସଜାଗ ରହିଛନ୍ତି । ଯଦି କୌଣସି କାରଣରୁ ବର୍ଷା ହୁଏ ତେବେ ଜଳ କିପରି ସଙ୍ଗେ ସଙ୍ଗେ ନିଷ୍କାସନ କରିହେବ ସେଥିପାଇଁ ବେଶ ତତ୍ପର ରହିଛି ଓସିଏ ।
ବିଶେଷକରି ଶୀତ ଦିନ ଥିବାରୁ ବର୍ଷା ହେବାର ସମ୍ଭାବନା କ୍ଷୀଣ । ଯଦି ବି ସାମାନ୍ୟ ବର୍ଷାର ଆଶଙ୍କା ବି ଦେଖାଦିଏ ତେବେ ଓସିଏ ପିଚ ଓ ଆଉଟ ଫିଲଡ଼କୁ ଘୋଡାଇବା ରେ କୌଣସି ବିଳମ୍ବ କରିବନି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ