କଟକ: ବିପଦସଙ୍କୁଳ ଅବସ୍ଥାରେ ବାରବାଟୀ ଷ୍ଟାଡିୟମର 7 ନମ୍ବର ଗ୍ୟାଲେରୀ । ଆସନ୍ତା ମ୍ୟାଚ ସମୟରେ ଯେପରି କୌଣସି ପ୍ରକାର ଦୁର୍ଘଟଣା ନ ଘଟିବ ସେ ନେଇ ଗ୍ୟାଲେରୀକୁ ବନ୍ଦ କରିଛି ଓସିଏ । ଗ୍ୟାଲେରୀର ବିଭିନ ସ୍ଥାନ ଦୁର୍ବଳ ରହିଥିବା ବେଳେ କିଛି ସ୍ଥାନରୁ ପ୍ଲାଷ୍ଟର ମଧ୍ୟ ଖସୁଛି । ଯାହା ଦର୍ଶକଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
ଏହି ଗ୍ୟାଲେରୀକୁ ବିଶେଷଜ୍ଞ ଟିମ ଦ୍ବାରା ଯାଞ୍ଚ କରାଯିବ। ଆସନ୍ତା ଡିସେମ୍ବର 22ରେ ହେବାକୁ ଥିବା ମ୍ୟାଚରେ ବନ୍ଦ ରହିବ ଏହି 7ନଂ ଗ୍ୟାଲେରୀ । ଗ୍ୟାଲେରୀ ବନ୍ଦ ହେବା ସହ 5 ହଜାର ଟିକେଟ ମଧ୍ୟ କମିବ ବୋଲି କହିଛନ୍ତି ଓସିଏ ସମ୍ପାଦକ। ଏହି ଗ୍ୟାଲେରୀ ପୁରୁଣା ହୋଇଥିବାରୁ ବର୍ତ୍ତମାନ ତାହାର ସ୍ଥିତି ଜରାଜୀର୍ଣ୍ଣ ରହିଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ