ETV Bharat / city

High Court Hearing: ପ୍ରଦୀପ ସେଠୀଙ୍କୁ ସର୍ତ୍ତମୂଳକ ଜାମିନ, ବଢିଲା ପ୍ରଭାତଙ୍କ ଅଡୁଆ - Setback for former BJD MLA Pravat Tripathy

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ । ସେପଟେ ଚିଟଫଣ୍ଡ ମାମଲାରେ ଫସିଥିବା ପୂର୍ବତନ କଟକ ଚୌଦ୍ବାର ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ କରିଥିବା ଆବେଦନ ଖାରଜ । ଅଧିକ ପଢନ୍ତୁ

AT Chit Fund Scam
AT Chit Fund Scam
author img

By

Published : Dec 17, 2021, 8:00 PM IST

କଟକ: ଅର୍ଥତତ୍ତ୍ବ ଚିଟଫଣ୍ଡ (AT) ଠକେଇ ମାମଲା (AT Chit Fund Scam) ରେ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ (Pradeep Sethi ) ଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ମିଳିଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଜାମିନ ଦେଇଛନ୍ତି ଓଡିଶା ହାଇକୋର୍ଟ । ଘଟଣା ଅନୁସାରେ 2013-14 ମସିହାରେ ରାଜ୍ୟରେ ପ୍ରଥମେ ଅର୍ଥତତ୍ତ୍ବ ଚିଟ ଫଣ୍ଡ ଠକେଇ ସାମନାକୁ ଆସିଥିଲା । ସାରା ରାଜ୍ୟରେ ଅଭିଯୋଗ ହେବା ପରେ ମାମଲାର ଗମ୍ଭୀରତା ଦୃଷ୍ଟିରୁ ସେତେବେଳେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । ଏହି ଠକେଇ ମହାଘୋଟାଲାର ତଦନ୍ତ କରି ସିବିଆଇ AT Group ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଗିରଫ କରିଥିଲା । ସ୍ବତନ୍ତ୍ର ସିବିଆଇ କୋର୍ଟ ମାମଲାର ଶୁଣାଣି କରି ପ୍ରଦୀପ ସେଠୀକୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ସେହି ଦିନ ଠାରୁ ପ୍ରଦୀପ ଜେଲରେ ଥିଲେ ।

ଅନ୍ୟପଟେ ଚିଟଫଣ୍ଡ ମାମଲାରେ ଫସିଥିବା ସେତେବେଳର କଟକ ଚୌଦ୍ବାର ବିଧାୟକ ପ୍ରଭାତ ତ୍ରିପାଠୀ (former BJD MLA Pravat Tripathy) ତାଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ କରିଥିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

ସେତେବେଳେ ଗିରଫ ହୋଇ ଜେଲ ଯାଇଥିବା ପ୍ରଭାତ ଜାମିନରେ ଏବେ ଅଛନ୍ତି । ପ୍ରଭାତଙ୍କ ଆବେଦନ ଖାରଜ ହୋଇଯାଇଥିବାରୁ ତାଙ୍କ ବିରୋଧରେ ପୂର୍ବପରି ସିବିଆଇ ମାମଲା ଜାରି ରହିବ ବୋଲି ସିବିଆଇ ଓକିଲ ସାର୍ଥକ ନାୟକ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.