ETV Bharat / city

Panchayat Poll Results: ଭୋଟ ଗଣତିରେ ତ୍ରୁଟି ଅଭିଯୋଗ, ପ୍ରାର୍ଥୀଙ୍କ ଉପ ନିର୍ବାଚନ ଦାବି - କଟକ ସଦରରେ ଉପ ନିର୍ବାଚନ ଦାବି କଲେ ପ୍ରାର୍ଥୀ

ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଉ ଘୋଷଣା ହୋଇଛି ଫଳାଫଳ । ଏହି ଫଳାଫଳକୁ ନେଇ ପ୍ରାର୍ଥୀ ଏବଂ ସମର୍ଥକଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଅସନ୍ତୋଷ । ଅଧିକ ପଢ଼ନ୍ତୁ

Panchayat Poll Results: ଭୋଟ ଗଣତିରେ ତ୍ରୁଟି ଅଭିଯୋଗ, ପ୍ରାର୍ଥୀଙ୍କ ଉପ ନିର୍ବାଚନ ଦାବି

author img

By

Published : Mar 1, 2022, 7:55 PM IST

କଟକ: ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଉ ଘୋଷଣା ହୋଇଛି ଫଳାଫଳ । ବିପୁଳ ଭୋଟ୍ ହାତେଇ ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି । ହେଲେ ଏହି ଫଳାଫଳକୁ ନେଇ ପ୍ରାର୍ଥୀ ଏବଂ ସମର୍ଥକ ମାନଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଅସନ୍ତୋଷ । କଟକ ସଦରର ୪ ଗୋଟି ଜୋନରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ସଦର ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟ ଗଣତି ଏବଂ ଫଳାଫଳର ଘୋଷଣା ହୋଇଥିଲା । ତେବେ ୫ ନମ୍ବର ଜୋନ୍‌ ଗତିରାଉତ ପାଟଣା ପଞ୍ଚାୟତର ଲଙ୍ଗଳ ଚିହ୍ନର ପ୍ରାର୍ଥୀନି ସ୍ପିନୋଜା ମହାନ୍ତିଙ୍କ ଫଳାଫଳ ଘୋଷଣାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ।

Panchayat Poll Results: ଭୋଟ ଗଣତିରେ ତ୍ରୁଟି ଅଭିଯୋଗ, ପ୍ରାର୍ଥୀଙ୍କ ଉପ ନିର୍ବାଚନ ଦାବି

ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ସଠିକ୍ ଭୋଟ୍ ମିଳିଛି ବୋଲି କହି ବିଜୟୀ ହୋଇଥିବା ବ୍ଲକ୍ କାର୍ଯ୍ୟାଳୟରୁ ସୂଚନା ଦିଆଗଲା । ହେଲେ କେଇ ଘଣ୍ଟା ବ୍ୟବଧାନରେ ତାଙ୍କ ବିପକ୍ଷରେ ଛତା ଚିହ୍ନର ସୋନାଲି ପ୍ରଧାନଙ୍କୁ ବିଜୟୀ ଘୋଷଣା କରାଯାଇଛି । ମାତ୍ର ଦୁଇଖଣ୍ଡ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଥିବା କୁହାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ତାଙ୍କ ନାଁ ଘୋଷଣା ହୋଇଥିବାବେଳେ ତାଙ୍କ ବିପକ୍ଷରେ ପ୍ରାର୍ଥୀନୀ ବିଜୟୀ ବୋଲି କିଭଳି ଘୋଷଣା କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ବର୍ତ୍ତମାନ ଭୋଟ ଗଣତିରେ ହେରଫେର ହୋଇଥିବା ନେଇ ବ୍ଲକ ଅଧିକାରୀଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆଣିଛନ୍ତି ସ୍ପିନୋଜା ମହାନ୍ତି । ଏହି ଅଭିଯୋଗ ସମ୍ପର୍କରେ ସେ କଟକ ଜିଲ୍ଲାପାଳଙ୍କ ସହ ନିର୍ବାଚନ କମିଶନଙ୍କୁ ମଧ୍ୟ ଜଣାଇଛନ୍ତି । ଏହାସହ ପୁନଃ ଭୋଟ ଗଣତି କରି ନ୍ୟାୟ ଭିକ୍ଷା କରିଛନ୍ତି ସ୍ପିନୋଜା । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଭୋଟ ଗଣତିର ତ୍ରୁଟି ଥିଲେ ଉପ ନିର୍ବାଚନ ହେଉ ବୋଲି ଦାବି କରିଛନ୍ତି ପାର୍ଥିନୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.