ETV Bharat / city

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା, ହାଇକୋର୍ଟରେ ପ୍ରଦୀପ ସେଠୀଙ୍କ ଆବେଦନ ଖାରଜ

author img

By

Published : Dec 24, 2020, 8:24 AM IST

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ହାଇକୋର୍ଟରେ ପ୍ରଦୀପ ସେଠୀଙ୍କ ଆବେଦନ ଖାରଜ । ଅଧିକ ପଢନ୍ତୁ...

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା
ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା

କଟକ:ହାଇକୋର୍ଟରେ ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆବେଦନ ଖାରଜ ହୋଇଛି । ପ୍ରଥମ ଦଣ୍ଡାଦେଶ ଭୋଗ କରିବା ପରେ ପୁଣି ଜେଲରେ ବେଆଇନ ଭାବେ ରଖିବା ସମ୍ପର୍କିତ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ନଭେମ୍ବର 27 ତାରିଖରେ ଆବେଦନର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।

ପରେ ବୁଧବାର ନିଜ ରାୟ ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ସୂଚନାଥାଉକି, 2013, ମେ’13ରେ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ପ୍ରଦୀପ ଗିରଫ ହୋଇଥିବା ବେଳେ 2017, ଏପ୍ରିଲ 6ରେ ଭୁବନେଶ୍ବର ସ୍ପେଶାଲ ସିଜେଏମ୍ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି 7 ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ।

ଏହାପରେ ଖୋର୍ଦ୍ଧା ଏଏସଜେ ଅଦାଲତ ଓ ସମ୍ବଲପୁର ସିଜେଏମ୍ ଅଦାଲତରେ ମଧ୍ୟ ପୃଥକ ଦୁଇଟି ଅର୍ଥତତ୍ତ୍ବ ଠକେଇ ଅଭିଯୋଗ ମାମଲାରେ ପ୍ରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରି ଯଥାକ୍ରମେ 7 ବର୍ଷ ଓ 5 ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥିଲା। ଅର୍ଥତତ୍ତ୍ବ ଠକେଇ ନେଇ ଏକାଧିକ ମାମଲା ତାଙ୍କ ବିରୋଧରେ ଚାଲିବା ଓ ପ୍ରଥମ ଦଣ୍ଡାଦେଶ ଅନୁସାରେ 7 ବର୍ଷ ଜେଲ ଦଣ୍ଡ ଭୋଗ କରିବା ପରେ ପୁଣି ତାଙ୍କୁ ଜେଲରେ ରଖାଯିବାକୁ ପ୍ରଦୀପ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.