କଟକ: ମୋକିମ ଓ ଅରିନ୍ଦମଙ୍କ ବିବାଦରେ ପୁଣି ପ୍ରତିକ୍ରିୟା ରଖିଲେ ଅରିନ୍ଦମ । ସହରର ନାଗରିକ ହିସାବରେ ମୁଁ ବିଧାୟକଙ୍କୁ ପ୍ରଶ୍ନ କରିଥିଲି । ଅଭିନେତା କି କୌଣସି ନେତା ହିସାବରେ ରାଜନୀତି କରିବାକୁ ଚାହେଁନି । ମୁଁ ଯେହେତୁ କଟକର ଜଣେ ନାଗରିକ ଓ ଭୋଟର ମୋର ପ୍ରଶ୍ନ କରିବାର ଅଧିକାର ରହିଛି । ଏଥିସହିତ ଜଳବନ୍ଦୀରୁ ମୁକୁଳିବା ପାଇଁ ମୋକିମ କଣ ବ୍ଲୁପ୍ରିଣ୍ଟ ରଖିଛନ୍ତି ତାହା ସର୍ବ ସାଧାରଣରେ ପ୍ରକାଶ କରନ୍ତୁ ।
ଗତ 6 ତାରିଖରେ କଟକ ସହରରେ ଜଳବନ୍ଦୀ ସମସ୍ୟାକୁ ନେଇ ପ୍ରଥମ କରି ଅରିନ୍ଦମ ମୁହଁ ଖୋଲିଥିଲେ । ବିଧାୟକ ମହମ୍ମଦ ମୋକିମଙ୍କୁ ମଧ୍ୟ ପ୍ରଶ୍ନ ବାଣ କରିଥିଲେ । ଯାହାକୁ ନେଇ ପରବର୍ତୀ ସମୟରେ ମୋକିମ ଅରିନ୍ଦମଙ୍କ ପ୍ରଶ୍ନର ରୋକଠୋକ ଉତ୍ତର ମଧ୍ୟ ରଖିଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ