ETV Bharat / city

ଅବ୍ୟବସ୍ଥା ମଧ୍ୟରେ ଅନଲାଇନ ଶିକ୍ଷା, ହନ୍ତସନ୍ତ ଛାତ୍ରଛାତ୍ରୀ

author img

By

Published : Jan 18, 2021, 4:20 PM IST

କୋଭିଡ ମହାମାରୀ ଆସିଲା ପରେ ଠପ ହୋଇଯାଇଥିଲା ଶିକ୍ଷା ବ୍ୟବସ୍ଥା । ଲକଡାଉନ ଯୋଗୁଁ ପ୍ରଥମକରି ପ୍ରଚଳିତ ହୋଇଥିଲା ଅନଲାଇନ ଶିକ୍ଷା ବ୍ୟବସ୍ଥା । ହେଲେ ଏହି ଶିକ୍ଷା ନୁହେଁ ଗୁଣାତ୍ମକ ମାନର । ଦେଖନ୍ତୁ ଏହି ରିପୋର୍ଟ...

ଗୁଣାତ୍ମକ ନୁହେଁ ଅନଲାଇନ ଶିକ୍ଷା
ଗୁଣାତ୍ମକ ନୁହେଁ ଅନଲାଇନ ଶିକ୍ଷା

କଟକ: ପ୍ରହସନ ପାଲଟିଛି ଅନଲାଇନ ଶିକ୍ଷା । କେତେବେଳେ ନେଟୱାର୍କକୁ ନେଇ ତ କେତେବେଳେ ଗୁଣାତ୍ମକ ପାଠପଢାକୁ ନେଇ ଉପୁଜୁଛି ସମସ୍ୟା । ଅନଲାଇନ ପାଠପଢାରେ ପିଲାଙ୍କ ପାଠ ବୁଝିବାରେ ଅସୁବିଧା ହେଉଥିବାବେଳେ ଯଦି ଏପରି ଚାଲେ ତେବେ ଆଗାମୀ ଦିନରେ ଛାତ୍ରଛାତ୍ରୀ ନାନା ଅସୁବିଧାରେ ସମ୍ମୁଖୀନ ହେବେ। ଅନଲାଇନ କ୍ଲାସ ସମୟରେ ଶିକ୍ଷକଙ୍କ ମୁହଁ ମୋବାଇଲ କିମ୍ବା ଲାପଟପ ସ୍କ୍ରିନରେ ଆସିନଥାଏ । ଏମିତିକି ନେଟୱାର୍କରେ ମଧ୍ୟ ଅସୁବିଧା ହୋଇଥାଏ । ଯାହାଦ୍ବାରା ଶିକ୍ଷକ ଶିକ୍ଷୟତ୍ରୀଙ୍କ କଥା ଛାତ୍ରଛାତ୍ରୀଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚିନଥାଏ । ଏପରିକି ପିଲାଙ୍କ ପାଟିତୁଣ୍ଡରେ ଡାଉଟ ବୁଝି ପାରୁନାହାଁନ୍ତି ପିଲାଏ । ଫଳରେ ତାହାରି ଭିତରେ ଭିଡିଓ ଗେମ ଆଦି ଖେଳିବାକୁ ପଛାଉ ନାହାଁନ୍ତି ଛାତ୍ରଛାତ୍ରୀ ।

ଅବ୍ୟବସ୍ଥା ମଧ୍ୟରେ ଅନଲାଇନ ଶିକ୍ଷା, ହନ୍ତସନ୍ତ ଛାତ୍ରଛାତ୍ରୀ
ଅନ୍ୟପଟେ ଏହି ଅନଲାଇନ ଶିକ୍ଷା କଦାପି ଗୁଣାତ୍ମକ ମାନର ନୁହେଁ । ଯେପରି କ୍ଳାସରେ ପିଲାଙ୍କୁ ପାଠ ପଢ଼ାଇଲେ ପାଠ ପ୍ରତି ଆଦର ମନୋଭାବ ବଢେ, ତାହା ଅନଲାଇନ ବ୍ୟବସ୍ଥାରେ ନାହିଁ ବୋଲି ଖୋଦ କହୁଛନ୍ତି ଛାତ୍ରଛାତ୍ରୀ । ଯଦି କିଛି ମାତ୍ରାରେ ଏହି ଦିଗରେ ପରିବର୍ତ୍ତନ ଆସିବ ତେବେ ଏହି ମହାମାରୀ ସମୟରେ ପିଲାଙ୍କ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ।ଧୀରେ ଧୀରେ ଖୋଲୁଛି ସ୍କୁଲ କଲେଜ । କିନ୍ତୁ ଅନଲାଇନ କ୍ଳାସକୁ ମଧ୍ୟ ବାଦ ଦେବା ଅସମ୍ଭବ । ତେବେ ଏହାରି ଭିତରେ ଅନଲାଇନ କ୍ଳାସରେ ଯଦି ପରିବର୍ତ୍ତନ ନଆସେ ତେବେ ସ୍ଥିତି ଯଥା ପୂର୍ବଂ ତଥା ପରଂ ।କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.